ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ କମୁଛି ସଂକ୍ରମଣ,ଗତ ୨୪ ଘଣ୍ଟା ମଧ୍ୟରେ ୪୯ଜଣ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୪୯ଜଣ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ସଂକ୍ରମିତ ରହିଛନ୍ତି । ଏନେଇ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୫ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୦ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫ଜଣ, ଷ୍ଟେଟ ପୁଲ୍‌ରୁ ଜଣେ ରହିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪୬୪୨କୁ ବୃଦ୍ଧି ପାଇଛି ।

Show More

Related Articles

Back to top button