Breaking PLUSଓଡ଼ିଶାମୁଖ୍ୟ ଖବର

ହାଇଦ୍ରାବାଦରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, 18 ଡିସେମ୍ବର – ପୁଣି ଦାଦନଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲାରେ ଦାଦନ ଶ୍ରମିକର ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ସଦର ଗ୍ରାମର ସ୍ବର୍ଗୀୟ ପୋଷ୍ଟ ମାଷ୍ଟର ସନ୍ୟାସୀ ନାୟକଙ୍କ ଅକାଳ ବିୟୋଗ ପରେ ପୁଅ ନିଜର ପରିବାର ଗୁଜରାଣ ନିମନ୍ତେ ନିଜ ଗ୍ରାମରେ କାମ ନପାଇବାରୁ କ୍ରିଷ୍ଣା ନାୟକ (୨୮) ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ହାଇଦ୍ରାବାଦରେ ଏକ ଘରୋଇ ଗୃହ ନିର୍ମାଣ କମ୍ପାନୀରେ କାମ କରୁଥିବା ବେଳେ ଗୃହ ନିର୍ମାଣ ସମୟରେ ଛାତର ସେଣ୍ଟ୍ରିଂ ଉପରୁ ଖସିପଡି କ୍ରିଷ୍ଣାଙ୍କର ମୃତ୍ୟୁ ହୋଇଛି । ଏହି ଖବର ଗାଁରେ ପହଁଚିବା ପରେ ତାଙ୍କ ମା କୁସୁମା ନାୟକ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃତ୍ୟୁ ଦେହ ହାଇଦ୍ରାବାଦରୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Show More

Related Articles

Back to top button