Breaking PLUSଓଡ଼ିଶାମୁଖ୍ୟ ଖବର

ରାଉରକେଲାରେ ମାଡିଚାଲିଛି ଝାଡାବାନ୍ତି, 6 ମୃତ

ଭୁବନେଶ୍ୱର, 18 ଡିସେମ୍ବର – ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଡାଇରିଆରେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଥିମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥି ମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ୧୨ ରୁ ୧୪ ଟି ୱାର୍ଡରୁ ଝଡାବାନ୍ତି ଜନିତ ମାମଲା ଆସୁଛି । ସେଥିପାଇଁ ୬ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଫ୍ୟାକଲିଟି ନିୟୋଜିତ କରାଯାଇଛି । ସିଡ଼ିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତର ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାପ ନର୍ସଙ୍କୁ ସେଠାକୁ ପଠାଯାଇଛି । ଦୁଇ ଜଣ ଟେକ୍ନିସିଆନଙ୍କୁ ପଠା ଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସେହିପରି ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ବିଶେଷ କରି ପାଣି ପାଇଁ ଝାଡାବାନ୍ତି ବ୍ୟାପିଥିବା ଜଣାପଡିଛି । ଲୋକ କିଛି ଦିନ ପାଣିକୁ ନେଇ ଅଭିଯୋଗ କରିଥିଲେ । ଜଳବାହିତ ରୋଗ ବୋଲି ପ୍ରଥମିକ ପର୍ଯ୍ୟାୟରୁ ଜଣା ପଡୁଛି । ପାଣିରେ କ୍ଲୋରିନ କମ ରହିଛି । ଜିଲ୍ଲାପାଳ ୱାଟକୋକୁ ପାଣିରେ କ୍ଲୋରିନ ପରିମାଣ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ୱାଟର ଟ୍ୟାଙ୍କ ସଫା କରିବାକୁ । ପାଣି ନାଳ ବିଶୋଧନ କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Show More

Related Articles

Back to top button