Breaking PLUSଦେଶମୁଖ୍ୟ ଖବର

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣା, ମାଆ-ପୁଅଙ୍କ ସହିତ 4ଜଣଙ୍କ ମୃତ୍ୟୁ

ଜାଲୌନ, 18 ଡିସେମ୍ବର – ଉତ୍ତରପ୍ରଦେଶର ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେରେ କୈଥେରୀ ଟୋଲ ପ୍ଲାଜା ନିକଟରେ ରବିବାର ରାତି 12ଟା ବେଳେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ପୁଅ ରହିଛନ୍ତି । ଏହି ଦୁର୍ଘଟଣାରେ 6ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

ପୋଲିସ ଏସପି ଡକ୍ଟର ଇରଜ ରାଜା କହିଛନ୍ତି ଯେ, ଏହି ଦୁର୍ଘଟଣା ଓରଇ କୋତୱାଲି ଅଞ୍ଚଳରେ ଘଟିଛି । ମୋହାନା ଗାଁର କିଛି ଲୋକ ଗାଡିରେ ଔରଛା ଓ ଦତିଆରୁ ପିକନିକ ମନାଇ ଫେରୁଥିଲେ । ଟୋଲ ପ୍ଲାଜା ନିକଟରେ ପଛରୁ ଆସୁଥିବା ଏକ ଡମ୍ପର ଭାରସାମ୍ୟ ହରାଇ ଗାଡିଟିକୁ ଧକ୍କା ଦେଇଥିଲା । ଫଳରେ ଗାଡିଟି ଏକ୍ସପ୍ରେସ-ୱେରେ ଓଲଟିପଡିଥିଏେ । ଏହି ଦୁର୍ଘଟଣାରେ 2ବର୍ଷର କୋମଳ ଶିଶୁଙ୍କ ସମେତ 4ଜଣଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button