Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

‘ଜୱାଦ୍’ ଅପଡେଟ : ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ପହଞ୍ଚିବ, ୬ରୁ ବର୍ଷାର ପରିମାଣ କମିବ

ଉତ୍ତର ଦିଗରେ ଗତି କରୁଛି ବାତ୍ୟା ‘ଜୱାଦ’ । ୧୨ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ଜୱାଦ । ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ କି.ମି.ରୁ ୬୫ କି.ମି. ଏବଂ ଝଟକା ପବନ ୭୫ କି.ମି. ବେଗରେ ପବନ ସମୁଦ୍ର ତଟରେ ବହିବ ।

ଆଜି ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେଉଛି । ଆସନ୍ତାକାଲି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ । ୬ରୁ ବର୍ଷାର ପରିମାଣ କମିବ । ବନ୍ଦର ଗୁଡିକରେ ୪ ନମ୍ବର ବିପଦ ସଂକେତ ଜାରି ରହିଛି । ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Show More

Related Articles

Back to top button