Breaking PLUSଓଡ଼ିଶାଖେଳ

ଜୁନିଅର ହକି ବିଶ୍ୱକପରେ ପଶିଲା କରୋନା

ଜୁନିଅର ହକି ବିଶ୍ୱକପରେ କରୋନା ପଜିଟିଭ ଚିହ୍ନଟ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପୁରୁଷ ହକି ବିଶ୍ୱକପରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।

RT-PCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ ମିଡିଆ ଟିମ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ଯେହେତୁ ମିଡିଆ ସେଣ୍ଟରରେ ଅନ୍ୟମାନେ ଥିଲେ ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟମାନେ ଆସିଥାଇ ପାରନ୍ତି । ତେଣୁ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଗତ ନଭେମ୍ବର ୨୪ରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିବା ବେଳେ ଭାରତ ସମେତ ୧୫ଟି ବିଦେଶୀ ଟିମ୍‌ ଏଥିରେ ଭାଗ ନେଇଛନ୍ତି ।

କୋଭିଡ ଗାଇଡ୍‌ଲାଇନ ମାନିବା ଲାଗି ଏକ ବାୟୋ ବବଲ୍‌ ପ୍ରସ୍ତୁତ କରାଯାଇଥିଲ। । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି । କରୋନା ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି RT-PCR ଟେଷ୍ଟ କରିଥିଲେ ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

Show More

Related Articles

Back to top button