Breaking PLUSଓଡ଼ିଶାପାଣିପାଗ

‘ଜଓ୍ୱାଦ’କୁ ନେଇ ଆସିଲା ଆଶ୍ୱସ୍ତିକର ଖବର; ପବନ କମ୍, ବର୍ଷା ଅଧିକ ହେବ

ବାତ୍ୟା ଜଓ୍ୱାଦକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ରବିବାର ମଧ୍ୟାହ୍ନ ବେଳକୁ ଜୱାଦ ପୁରୀ ଉପକୂଳ ଛୁଇଁବ । ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟା ଅବପାତରେ ପରିଣତ ହେବ । ବାତ୍ୟାର ତିବ୍ରତା ହ୍ରାସ ପାଉଛି । ଘଣ୍ଟାକୁ ୬କିମି ବେଗରେ ଗତି କରୁଛି ବାତ୍ୟା । ଏବେ ବାତ୍ୟା ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁର ଠାରୁ ୩୨୦ କିମି, ପୁରୀଠାରୁ ୩୯୦କିମି, ପାରାଦୀପ ଠାରୁ ୪୭୦ କିମି ଦୂରରେ ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମଧ୍ୟରାତ୍ରରୁ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ରିକ୍ରଭିଂ କରିବ ବାତ୍ୟା । ବାତ୍ୟାର ତୀବ୍ରତା ହ୍ରାସ ପାଉଛି । ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଘଣ୍ଟାକୁ ୬୦ ରୁ ୭୦ କିମି ପବନ ରହିବ । ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ ବାତ୍ୟା ଜଓ୍ୱାଦ୍‌ । ଏହାପରେ ପଶ୍ଚିମବଙ୍ଗ ଦେଇ ବଙ୍ଗଳାଦେଶ ଆଡକୁ ଯିବ ବାତ୍ୟା । ରିକର୍ଭ କରି ବେଗ କମିବ । କିନ୍ତୁ ଗଞ୍ଜାମ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ ।

ସେହିପରି ଏହି ବାତ୍ୟାର ପ୍ରଭାବରେ ଭିତ୍ତି ଭୂମି କ୍ଷତି ହେବାର ସମ୍ଭାବନା କମ୍ । ଫସଲ ନଷ୍ଟ ହେବ । ଧାନ ପବନରେ ଶୋଇଯିବ । ଚାଷ ଅଧିକ କ୍ଷତି ହେବ । ପନିପରିବା କ୍ଷତି ହେବ । ରବିବାର ସଂଧ୍ୟା ସୁଦ୍ଧା ଓଡିଶା ଉପକୂଳ ଅତିକ୍ରମ କରିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

Show More

Related Articles

Back to top button