Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଚିଆ କଟକ ବନ୍ଦ

ଆସନ୍ତାକାଲି ୧୨ ଘଣ୍ଚିଆ କଟକ ବନ୍ଦ ଡାକରା ଦେଇଛି ବିଜେପି । ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ବିଜେପି ତରଫରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । କିନ୍ତୁ ଏହି ସମୟରେ ସମସ୍ତ ଜରୁରୀ ସେବାକୁ ଅନୁମତି ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିଲା ତେବେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ଦୋହରାଇଛନ୍ତି । ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି ।

ସେ କହିଛନ୍ତି, କଟକ ସହରର ମୁରବି ମାନଙ୍କର ସମ୍ମାନ ଦୃଷ୍ଟିରୁ ଆମେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛୁ । ବର୍ଷକରେ ୧୦ ମାସ ସରକାର ଶାସନ କରନ୍ତି । କିନ୍ତୁ ଗଣେଶ ପୂଜା ଠାରୁ କାର୍ତ୍ତିକଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବି ମାନେ କଟକ ସହରର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି । ସେମାନଙ୍କୁ ସରକାର ଭୁବନେଶ୍ୱର ଡାକିଲେ, କିନ୍ତୁ ସେମାନଙ୍କ କଥା ଶୁଣିଲେ ନାହିଁ । ଏପରି କରି ସରକାର ସେମାନଙ୍କୁ ଅପମାନିତ କରିଛନ୍ତି । ସେଥିପାଇଁ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ବନ୍ଦ ଡାକରା ଦେଇଛି । ସର୍ବସାଧାରଣଙ୍କ ସହିତ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟଙ୍କୁ ଏଥିରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ । ମୁଖ୍ୟମନ୍ତ୍ରୀ ପୁଣି ଥରେ ଏ ପ୍ରସଙ୍ଗରେ ହୋଇଥିବା ନିଷ୍ପତ୍ତି ବାବଦରେ ଚିନ୍ତା କରନ୍ତୁ ଓ ଆମ ଦାବି ମାନି ନିଅନ୍ତୁ ।

 

Show More

Related Articles

Back to top button