Breaking PLUSଦେଶମୁଖ୍ୟ ଖବର

କରୋନାରେ ମୃତ୍ୟୁ ହେଲେ ମୃତ୍ୟୁ ପ୍ରମାଣପତ୍ରରେ ଦର୍ଶାଯିବ ‘କରୋନା ମୃତ୍ୟୁ’

ଆଇସିଏମ୍‌ଆର୍‌ ପକ୍ଷରୁ ରାଜ୍ୟ ସରକାର ଗୁଡିକୁ ନିର୍ଦ୍ଦେଶନାମା ଜାରି

ଏଣିକି କରୋନା ମୃତକଙ୍କ ଡେଥ୍ ସାର୍ଟିଫିକେଟରେ ଲେଖାଯିବ ‘କରୋନା ମୃତ୍ୟୁ’ । ଯଦି କୌଣସି ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୁଏ ତେବେ ତାଙ୍କୁ କରୋନା ମୃତ୍ୟୁର ଡେଥ୍ ସାର୍ଟିଫିକେଟ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ ରାଜ୍ୟ ସରକାର ଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ରରେ ‘କରୋନାରେ ମୃତ୍ୟୁ’ ହୋଇଥିବା ନେଇ ଦର୍ଶାଇବାକୁ ପଡିବ । ପୂର୍ବରୁ ବହୁ ଲୋକ କରୋନାରେ ଆଖିବୁଜି ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟ କରୋନା ଜନିତ ମୃତ୍ୟୁ ସାର୍ଟିଫିକେଟ ପାଇନଥିବା ଅଭିଯୋଗ ଆଣିଥିଲେ । ନୂଆ ନିୟମ ପରେ ସେମାନଙ୍କ ପରିବାର ସହଦ୍ୟ ଏବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କରୋନା ସାର୍ଟିଫିକେଟ୍‌ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବ ।

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଡେଥ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟରେ ରିପକ୍‌ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ଜୁନ୍‌ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖାଯିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଶୁଣାଣି ପରେ ମଧ୍ୟ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ । ଏବେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି  । ମୃତ୍ୟୁ ପ୍ରମାଣପତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର ।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଡେଥ୍‌ ସାର୍ଟିଫିକେଟରେ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଲେଖାଯିବ । ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍‌ ସାର୍ଟିଫିକଟେରେ କରୋନା ମୃତ୍ୟୁ ହିଁ ଲେଖାଯିବ । ଯଦି କୌଣସି ବ୍ୟକ୍ତିଙ୍କ କରୋନାରେ ସଂକ୍ରମିତ ହୋଇ ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଲେଖାଯିବ ନାହିଁ ।

Show More

Related Articles

Back to top button