Breaking PLUSଓଡ଼ିଶା

ଆସନ୍ତା ୧୩ରେ କଟକ ସହର ବନ୍ଦ

ପାର୍ବଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ ସ୍ଥିର କରିଛନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୋଭିଡ ଗାଇଡଲାଇନ ଅନୁସାରେ ପାର୍ବଣ ପାଳନ କରାଯିବ । କିନ୍ତୁ ଏହାକୁ ବିରୋଧ କରି ଆସନ୍ତା ୧୩ରେ କଟକ ସହର ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ଗାଇଡଲାଇନ ଆଧାରରେ କେବଳ ୪ ଫୁଟର ମୂର୍ତ୍ତି ନିର୍ମାଣକୁ ଅନୁମତି ମିଳିଛି । ପୂଜା କମିଟି ମାନେ ଏହାଠାରୁ ଅଧିକ ଉଚ୍ଚର ମୂର୍ତ୍ତି ପୂଜା କରିପାରିବେନି ବୋଲି ସରକାର ନିୟମ ଜାରି କରିଛନ୍ତି । ହେଲେ ଏହାକୁ ନେଇ ବିରୋଧ ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେଣୁ ଏହାର ପ୍ରତିବାଦରେ କଟକ ନଗର ବିଜେପି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ।

ଏହାପୂର୍ବରୁ ମଧ୍ୟ ଏହି ୪ ଫୁଟର ମୂର୍ତ୍ତିକୁ ବିରୋଧ କରି ବର୍ଷାରେ ଆଣ୍ଠେଇ ପ୍ରତିବାଦ କରିଥିଲେ କଟକ ସହର କିଛି ସାମାଜିକ ଅନୁଷ୍ଠାନ । ୪ ଫୁଟର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରିବାକୁ ଜୋରଦାର ବିକ୍ଷୋଭ କରାଯାଇଥିଲା । ଲିଙ୍କରୋଡ୍ ସ୍ଥିତ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏଭଳି ବିକ୍ଷୋଭ କରାଯାଇଥିଲା । ଆଉ ଆଜି ନଗର ବିଜେପି ପକ୍ଷରୁ କଟକ ସହର ବନ୍ଦ ଡାକରା ଦିଆଯାଇଛି ।

Show More

Related Articles

Back to top button