Breaking PLUSମୁଖ୍ୟ ଖବର

ଟିକା ନେବା ପରେ ବି ୯୪୬ ଜଣଙ୍କ ମୃତ୍ୟୁ

ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଟିକା ନେବା ପରେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ । ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ କ୍ଷେତ୍ରରେ ପ୍ରତିକୂଳ ଶାରୀରିକ ଅସୁସ୍ଥତା ଦେଖା ଦେଇଥିଲା । ସେମାନଙ୍କ ମଧ୍ୟରୁ ୯୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ।

ତେବେ ସେଥିମଧ୍ୟରୁ ୮୯ ଜଣଙ୍କର ମୃତ୍ୟୁର କାରଣ ଆକଳନ ସମାପ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କାରଣ ଯୋଗୁ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି ଯେଉଁଥିରେ ଟିକା ଉତ୍ପାଦ ସମ୍ବନ୍ଧୀୟ କାରଣ ଯୋଗୁଁ ୪ ଜଣ, ଆକସ୍ମିକ ଭାବେ ୫୮ ଜଣ, ୧୬ ଜଣଙ୍କ ମୃତ୍ୟୁ ଅନିଶ୍ଚିତ ଏବଂ ୧୧ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ସୁଦ୍ଧା ୧୨୩.୨୫ କୋଟି ଡୋଜ୍ କୋଭିଡ୍ -୧୯ ଟିକା ଦିଆଯାଇଛି ଓ ସେମାନଙ୍କ ମଧ୍ୟରୁ ୪୯ ହଜାର ୮୧୯ ଜଣଙ୍କ ଦେହରେ ଟୀକା ପରବର୍ତ୍ତୀ ପ୍ରତିକୂଳ ଲକ୍ଷଣ ରେକର୍ଡ କରାଯାଇଛି ।

ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରଖାଯାଇଥିବା ତଥ୍ୟ ଦର୍ଶାଇଛି ଯେ ଟୀକାକରଣ ପରବର୍ତ୍ତୀ ଜଟିଳତା ପରିସଂଖ୍ୟାନ ଅନୁଯାୟୀ ୪୭ ହଜାର ୬୯୧ ଜଣ ନାବାଳକ, ୧୬୩ ଗୁରୁତର ଏବଂ ୧ ହଜାର ୯୬୫ ଅତ୍ୟଧିକ ଗୁରୁତର ହୋଇ ପଡ଼ିଥିଲେ ।

Show More

Related Articles

Back to top button