Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆସନ୍ତାକାଲି ରାଜଧାନୀ ରାଜରାସ୍ତାରେ ମୁହାଁମୁହିଁ ହେବେ ବିଜେଡ଼ି-ବିଜେପି

ଆସନ୍ତାକାଲି ମୁହାଁମୁହିଁ ହେବେ ବିଜେଡି-ବିଜେପି । ଦୁଇ ଦଳ ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ ଓ ଶୋଭାଯାତ୍ରା କରିବାକୁ ଯାଉଛନ୍ତି । ଏହାକୁ ନେଇ ରାଜଧାନୀର ରାଜନୀତି ବେଶ ସରଗରମ ହୋଇଛି । ମମିତା ମେହର ହତ୍ୟା ପ୍ରସଙ୍ଗରେ ବିଜେପି ପ୍ରାୟ ଦୁଇ ମାସ ହେଲା ଆନ୍ଦୋଳନ ଜାରି ରଖିଛି ।

ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତାକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି । ଏଥିରେ ୧୦ ହଜାର ହଜାରରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଦଳ ଯୋଜନା କରିଛି । ରାମ ମନ୍ଦିର ଛକରୁ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟନ୍‌ ଦେଇ ପିଏମଜି ଅଭିମୁଖେ ଯିବ । କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଓ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏପଟେ ବିଜେପିକୁ କଡା ଟକ୍କର ଦେବା ପାଇଁ ବିଜେଡି କେନ୍ଦ୍ର ବିରୋଧରେ ଯୁଦ୍ଧ ଡାକରା ଦେଇଛି ବିଜେଡି । ଯୁବ, ଛାତ୍ର ଓ ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଉଛି । ୩ ଛାମୁଆ ସଂଗଠନର କର୍ମୀ ଯେପରି ସବୁ ଜିଲ୍ଲାରୁ ଆସିବେ ସେଥିପାଇଁ ଜିଲ୍ଲା ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି । ଶୋଭାଯାତ୍ରାରେ ୨୦ ହଜାରୁ ଅଧିକ ଲୋକଙ୍କୁ ଏକାଠି କରିବାକୁ ଯୋଜନା ହୋଇଛି । ବିଜେଡିର ଶୋଭାଯାତ୍ରା ନିକୋ ପାର୍କ ଛକରୁ ବାହାରି ସଚିବଳୟ ମାର୍ଗରେ କେଶରୀ ସିନେମା ହଲ ସାମ୍ନା ଯାଏ ଯିବ । ଗୋଟିଏ ଦିନରେ ଦୁଇଟି ରାଜନୈତିକ ଦଳର ସମାବେଶ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button