Breaking PLUSମୁଖ୍ୟ ଖବର

ଓମିକ୍ରନ ଅଧିକ ସଂକ୍ରାମକ, ବେଶୀ ଘାତକ ହେବ ନାହିଁ

କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଆସିଲା ଆଶ୍ୱସ୍ତିକର ଖବର । ମହାମାରୀ ବିଶେଷଜ୍ଞ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମେଡିକାଲ୍ ଆଡଭାଇଜର ଆନ୍ଥୋନୀ ଫାଉସୀ କହିଛନ୍ତି, ଓମିକ୍ରନ୍ ଅଧିକ ସଂକ୍ରାମକ । ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକରୁ ଅଧିକ ସଂକ୍ରମଣ କରିବ ।

କିନ୍ତୁ ବେଶୀ ଘାତକ ନୁହେଁ । ବର୍ତ୍ତମାନ ସୁଦ୍ଧା ରିସର୍ଚ୍ଚରୁ ଏହି ତଥ୍ୟ ସାମନାକୁ ଆସିଛି । କିନ୍ତୁ ଏହା କେତେ ମାରାତ୍ମକ ଅଧିକ ତଥ୍ୟ ହାସଲ ପାଇଁ ଗବେଷଣା ଜାରି ରହିଛି ।

ଫାଉସୀ କହିଛନ୍ତି, ଓମିକ୍ରନ୍ ଭାରିଆଣ୍ଟ ଅଧିକରୁ ଅଧିକ ଲୋକଙ୍କ ପାଖକୁ ସଂକ୍ରମିତ କରିବ । ଡେଲଟା ଅପେକ୍ଷା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇପାରେ । ପୁନଃ ସଂକ୍ରମଣ ଆଶଙ୍କା ବି ରହିଛି । କିନ୍ତୁ ଡେଲଟା ଭଳି ଘାତକ ହୋଇ ନପାରେ । କାରଣ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତ ଓ ହସ୍ପିଟାଲାଇଜେସନ୍ ସଂଖ୍ୟା ଡେଲଟା ଅପେକ୍ଷା ବହୁତ କମ୍ । ଆଗକୁ ସବୁଠୁ ଖରାପ ସ୍ଥିତି ଆସିବ ଏବେ ସେଭଳି ପୂର୍ବାନୁମାନ କରି ନାହାନ୍ତି ଫାଉସୀ ।

ଓମିକ୍ରନ ବିରୋଧରେ ଟିକା କାମ କରୁଛି କି ନାହିଁ ସେସମ୍ପର୍କରେ ବୈଜ୍ଞାନିକ ଗବେଷଣା ଜାରି ରଖିଛନ୍ତି । ଏହି ନୂଆ ଭାରିଆଣ୍ଟ ଆଗରେ ବର୍ତ୍ତମାନ ଦିଆଯାଉଥିବା ଟିକା କେତେ ଫଳପ୍ରଦ ଓ ଏହା କେତେ ମାରାତ୍ମକ ଆଉ କିଛି ସପ୍ତାହ ଭିତରେ ତଥ୍ୟ ସାମନାକୁ ଆସିବ ବୋଲି ଆନ୍ଥୋନୀ ଫାଉସୀ କହିଛନ୍ତି ।

Show More

Related Articles

Back to top button