ସ୍ୱାସ୍ଥ୍ୟ

ଧନିଆ ପତ୍ରର ଔଷଧୀୟ ଗୁଣ

ଆସନ୍ତୁ ଜାଣିବା ଧନିଆ ପତ୍ର ଆମ ଶରୀର ପାଇଁ କେତେ ହିତକର

ଡାଲି ହେଉ କି ତରକାରୀ ଯଦି ଉପରେ ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ l ସେଥିପାଇଁ ସମସ୍ତଙ୍କ ରୋଷେଇନ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ l ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l ଧନିଆ ପତ୍ର ଡାଲି ତରକାରୀରେ ବ୍ୟବହାର ବ୍ୟତୀତ ଚଟଣି ମଧ୍ୟ ହୋଇଥାଏ l ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ l ସାରା ଭାରତରେ ପ୍ରାୟ ସମସ୍ଥ ସ୍ଥାନରେ ଧନିଆ ପତ୍ର ଚାଷ କରାଯାଇଥାଏ l ପୂର୍ବରୁ ଏହା କେବଳ ସୀତ ଦିନରେ ଉତ୍ପାଦନ କରା ଯାଉଥିଲା ,କିନ୍ତୁ ଆଜିକଲି ସବୁ ଋତୁରେ ବଜାରରେ ଦେଖିବାକୁ ମିଳୁଛି l ଧନିଆ ପତ୍ରର ବନସ୍ପତି ନାମ କୋରିଏଣ୍ଡ୍ରମ ସୈଟାଇବମ୍ l ଧନିଆ ପାତ୍ରରେ ରହିଥିବା ପୋଷାକ ତତ୍ୱ ଗୁଡିକ ହେଲା ପ୍ରୋଟିନ ,ଫ୍ୟାଟ ,କାର୍ବୋହାଇଡ୍ରେଡ଼ ,ଫାଇବର ,କ୍ୟାଲସିଅମ ,ସୋଡ଼ିଅମ ,ଆଇରନ ,ପୋଟାସିୟମ ,ଜିଙ୍କ ,ଭିଟାମିନ-ସି ,ଭିଟାମିନ-ବି ୬ ,ଭିଟାମିନ-ଏ ,ଫୋଲେଟ ,ଭିଟାମିନ-ଇ ଇତ୍ୟାଦି ରହିଥାଏ l

* ପାଚନ ତନ୍ତ୍ରକୁ ସୁସ୍ଥ ରଖେ -ଧନିଆ ପତ୍ର ବ୍ୟବହାର କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ରହିଥାଏ l NCBI ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଧନିଆ ପତ୍ର ପଚନା ପ୍ରକ୍ରିୟାକୁ ଠିକ ଭାବରେ ପରିଚାଳନା କରିଥାଏ ,ଏଥିରେ ଲିନାଲୁଲ ନାମକ କମ୍ପାଉଣ୍ଡ ମିଳିଥାଏ ଯାହା ପେଟର ଅନେକ ସମସ୍ୟାକୁ ଦୂର କରିଥାଏ l

* ଓଜନ କମ କରିବାରେ ସାହାଯ୍ୟ କରେ -ଧନିଆ ପତ୍ରର ବ୍ୟବହାର ଓଜନ କମେଇବେ ସାହାଯ୍ୟ କରିଥାଏ l NCBI ଦ୍ୱାରା ପ୍ରକାଶିତ ଏକ ସୂଚନା ଅନୁସାରେ ଧନିଆ ପତ୍ର କିଛି ପଶୁ ମାନଙ୍କୁ ଖାଇବାକୁ ଦିଆଯାଇ ଥିଲା ,ସେହି ଗବେଷଣାରୁ ଜଣ ପଡିଲା ଯେ ଧନିଆ ପାତ୍ରରେ କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ l ଏହି ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ l

 

Bunch of fresh coriander on a wooden table

* ସଂକ୍ରମଣକୁ ଦୁରକରେ -ଧନିଆ ପତ୍ର ବ୍ୟବହାର ଦ୍ୱାରା ଅନେକ ପ୍ରକାର ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ l NCBI ୱେବ ସାଇଡରେ ପ୍ରକାଶିତ ଏକ ଗବେଷଣା ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ l କାରଣ ଏହି ତେଲରେ ଆଣ୍ଟିଫଙ୍ଗାଲ ଓ ଆଣ୍ଟିଅଡହୀରଙ୍ଗଟ ଗୁଣ ମିଳିଥାଏ l ଏହି ଗୁଣ ଅନେକ ପ୍ରକାର ଫଙ୍ଗାଲ ଇମ୍ଫେକ୍ସନକୁ ଦୂର କରିଥାଏ l ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ ଗର୍ଗଲ କଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ l

* କୋଷ୍ଠକାଠିନ୍ୟ ଦୂର କରେ -ଧନିଆ ପତ୍ର କୋଷ୍ଠକାଠିନ୍ୟ ପାଇଁ ଅତ୍ୟନ୍ତ ଲାଭକାରି l ୨୦ ଗ୍ରାମ ଧନିଆ ପତ୍ରକୁ ନେଇ ୧୨୦ ଗ୍ରାମ ପାଣିରେ ଛୋଟଛୋଟ କାଟି ମିଶାଇ ଦିଅନ୍ତୁ ,ରାତିସାରା ଏହାକୁ ଗୋଡ଼ାଇ ରଖି ଦିଅନ୍ତୁ l ପରଦିନ ସକାଳେ ଏଥିରେ କିଛି ଜିରା ଗୁଣ୍ଡ ମିଶାଇ ପିଅନ୍ତୁ ଏହା କୋଷ୍ଠକାଠିନ୍ୟକୁ ଦୂର କରିବା l

* ଆଖିରୁ ବାହାରିଲେ ଧନିଆ ପତ୍ର ବ୍ୟବହାର କରନ୍ତୁ -୨୦ ଗ୍ରାମ ଧନିଆ ପତ୍ରକୁ ଛୋଟଛୋଟ କାଟି ଏକ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ l ଏହି ପାଣିକୁ ଛାଣି ସେହି ପାଣିରେ ଗୋଟିଏ ସଫା କପଡା ଦ୍ୱାରା ଆଖିକୁ ସେକାନ୍ତୁ ଏହା ଦ୍ୱାରା ଆଖିରୁ ପାଣି ବାହାରିବା ବନ୍ଦ ହେବ ସହିତ ଆଖି କୁଣ୍ଡା ମଧ୍ୟ କମିଯିବ l

Show More

Related Articles

Back to top button