ସ୍ୱାସ୍ଥ୍ୟ

ତୁଳସୀ ଓ ଜୁଆଣି ପାଣି ଆମ ଶରୀର ପାଇଁ ରାମବାଣ ସଦୃଶ

ଆସନ୍ତୁ ଜାଣିବା ଆମ ଶରୀରକୁ କଣ ସବୁ ଲାଭ ମିଳେ

ଶରୀରର ଓଜନ କମାଇବାର ଗୋଟିଏ ସୁବିଧା ଉପାୟ ଆପଣ ନିଜର ଦୈନଦିନ ଖାଦ୍ୟ ପ୍ରଣାଳୀରେ ସାମିଲ କରି ନିଅନ୍ତୁ ,ସେଥିପାଇଁ ଡିଟକ୍ସ ପାନୀୟକୁ ସାମିଲ କରିବା ଲାଭଦାୟକ ଅଟେ l ତୁଳସୀ ଓ ଜୁଆଣିରେ ପ୍ରସ୍ତୁତ ପାନୀୟ ଦ୍ରୁତ ଗତିରେ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିଥାଏ l ତୁଳସୀ ଶରୀରକୁ ଫ୍ରି ରେଡ଼ିକାଲ କ୍ଷତିରୁ ଅଟକାଇ ଥାଏ l ଜୁଆଣି ଆପଣଙ୍କ ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହି କାରଣରୁ ଓଜନ କମାଯାଇ ପାରିବ l

କେଉଁ ଉୟପୟରେ ତୁଳସୀ ଓ ଜୁଆଣୀର ପାଣି ପ୍ରସ୍ତୁତ କରିବେ –

ଗୋଟିଏ ଗ୍ଲାସ ପାଣିରେ ଭଜା ହୋଇଥିବା କିଛି ଜୁଆଣିକୁ ରାତିସାରା ବତୁରାନ୍ତୁ l ପର ଦିନ ସକାଳୁ ସେହି ପାଣିକୁ ଏକ କଡେଇରେ ଢଳାନ୍ତୁ ,କିଛି ତୁଳସୀ ପତ୍ର ମିଶାଇ ତାକୁ ଗରମ ଆଞ୍ଚ ଉପରେ ଫୁଟାନ୍ତୁ l ବର୍ତ୍ତମାନ ପାଣିକୁ ଗୋଟିଏ ଗ୍ଲାସରେ ଛାଣନ୍ତୁ l ଏହି ପାନୀୟକୁ ସକାଳୁ ପିଇବା ଅଭ୍ୟାସ କରନ୍ତୁ l ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଦେଖିବେ ଆପଣଙ୍କର ଶରୀର ଉପରେ ଧୀରେ ଧୀରେ ଏହା ପ୍ରଭାବ ପକାଉଛି l

ଏହାର କାର୍ଯ୍ୟ କଣ –

ତୁଳସୀ ଶରୀରରେ ପ୍ରାକୃତିକ ଡିଟକ୍ସ ଭଳି କାମ କରି ଥାଏ l ଏହା ସମସ୍ତ ହାନିକାରକ ଟକ୍ସିନ ଦ୍ୱାରା ଶରୀରକୁ ସଫା କରି ଥାଏ l ଯେଉଁ କାରଣରୁ ଶରୀରର ଓଜନ କମିବା ଉପଯୁକ୍ତ ହୋଇଥାଏ l ତୁଳସୀ ପତ୍ର ପାଚନ ତନ୍ତ୍ର ପାଇଁ ଲାଭ ଦାୟକ ଅଟେ l ଖରାପ ପାଚନ ସମସ୍ୟା ଓଜନ ବଢିବାର ମୁଖ୍ୟ କାରଣ ଅଟେ l ତୁଳସୀ ପତ୍ରରେ ଅନ୍ୟ ଲାଭ ବ୍ୟତୀତ ଶ୍ୱାସ ସମ୍ବଧୀୟ ସମସ୍ୟାରେ ମଧ୍ୟ ଉପଚାର କରାଯାଇଥାଏ ,ରକ୍ତଚାପ ନିୟନ୍ତ୍ରଣ ମଧ୍ୟ ତୁଳସୀ ଦ୍ୱାରା ହୋଇଥାଏ ,କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳନ ରଖେ l ଯେତେବେଳେ ଆପଣଙ୍କ ଶରୀରରେ ମେଟାବୋଲିଯିମର ସ୍ତର ଅଧିକ ହୋଇଯାଇଥାଏ ସେହି ସମୟରେ ଓଜନ କମାଇବା ଆପଣଙ୍କ ପକ୍ଷରେ ସହଜ ହୋଇଯାଇଥାଏ l ଜୁଆଣି ଆପଣଙ୍କ ମେଟାବୋଲିଯିମ ପାଇଁ ଲାଭ ଦାୟକ ଅଟେ l ଜୁଆଣିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଟକ୍ସିନକୁ ବାହାରକୁ ବାହାର କରିଥାଏ l ଏହା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳିଥାଏ l

Show More

Related Articles

Back to top button