Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୫ହଜାର ୫୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦୈନିକ ସଂକ୍ରମିତ ଓ କୋଭିଡ୍ ଆକ୍ଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ହଜାର ୫୧୦ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୨୮୮ ସଂକ୍ରମିତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୦ଲକ୍ଷ ୯୬ହଜାର ୭୩୧କୁ ବୃଦ୍ଧି ପାଇଛି । ଏହାରି ଭିତରେ ସୁସ୍ଥ ହୋଇଛନ୍ତି ୧କୋଟି ୭ଲକ୍ଷ ୮୬ହଜାର ୪୫୭ ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୬୮ହଜାର ୬୨୭ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

ଦେଶରେ ଦିନକୁ ଏବେ ଶହେରୁ ଅଧିକ ସଂକ୍ରମିତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୦୬ ସଂକ୍ରମିତଙ୍କ ଜୀବନ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୧୫୭କୁ ବୃଦ୍ଧି ପାଇଛି ।

Show More

Related Articles

Back to top button