ସ୍ୱାସ୍ଥ୍ୟ

ପ୍ରାଚୀନ କାଳରୁ ତମ୍ବା ପାତ୍ରର ରହି ଆସିଛି ଏପରି ମହତ୍ୱ , ତମ୍ବା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମିଳିବ ଏହିସବୁ ରୋଗରୁ ଲାଭ

ପ୍ରାଚୀନ କାଳରେ ଆୟୁର ବେଦରେ ତମ୍ବା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଶରୀର ପାଇଁ ଲାଭଦାୟକ ବୋଲି କୁହ ଯାଉଥିଲା l ଆଜି ମଧ୍ୟ ଅଧିକାଂଶ ଘରେ ତମ୍ବା ପାତ୍ରରେ ପାଣି ପିଆ ଯାଉଛି

ଆଜି ଆସନ୍ତୁ ଜାଣିବା ତମ୍ବା ପତ୍ରର ଆମ ଶରୀର ପାଇଁ କଣ ସବୁ ଲାଭ ରହିଛି l

* ଆୟୁରବେଦ ଅନୁସାରେ ତମ୍ବା ପାତ୍ରରେ ପାଣି ପିଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରିତ ହୋଇଥାଏ , କୋଲେଷ୍ଟ୍ରାଲ ଠିକ ହୁଏ ଓ ହୃତପିଣ୍ଡ ସୁସ୍ତ ରୁହେ l ତମ୍ବା ପତ୍ରରର ଆଣ୍ଟି ଇମ୍ଫ୍ଲlମେଟାରି ଗୁଣ ରହିଛି ଯାହା ଆର୍ଥ୍ରାଇଟିସ ଭଳି ସମସ୍ୟାକୁ ଦୁରକରିବାରେ ସାହାଯ୍ୟ କରିଥାଏ l ତେଣୁ ପ୍ରତେକ ଦିନ ସକାଳୁ ତମ୍ବା ପାତ୍ରରେ ପାଣି ପିଅନ୍ତୁ l

*ପ୍ରାଚୀନ କାଳରେ ଲୋକମାନେ ଜୀବାଣୁକୁ ନଷ୍ଟ କରିବା ପାଇଁ ନଦୀ , ହ୍ରଦ , ପୋଖରୀ ଓ କୂଅରେ ତମ୍ବା ପଇସା ପକାଉଥିଲେ , କିନ୍ତୁ ଆଜିର ପିଢ଼ି ଏହାର ବୈଜ୍ଞାନିକ କାରଣ ନଜାଣି ପାଣିରେ ପକାଉଛି l ତମ୍ବା ଜଳକୁ ସୁଦ୍ଧ କରିଥାଏ l

*ତମ୍ବା ଶରୀରର ଇମ୍ୟୁନିଟିକୁ ମଜବୁତ କରିଥାଏ ଓ ନୂଆ କୋଷିକା ଉତ୍ପାଦନ କରିବାରେ ସାହାଯ୍ୟ କରେ l ଏହା ଶରୀରରେ ହୋଇଥିବା କ୍ଷତକୁ ଶୀଘ୍ର ଠିକ ହେବାରେ ସାହାଯ୍ୟ କରେ l

*ତମ୍ବାରେ ଆଣ୍ଟି ମାଇକ୍ରୋ ବିଅଲ ଗୁଣ ରହିଛି , ଯାହା ଶରୀରକୁ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l

*ତମ୍ବା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରି ଖାଇବା ଦ୍ୱାରା ପଚାନା ପ୍ରକ୍ରିୟା ଠିକରେ ହୋଇଥାଏ l ଯାହାଦ୍ୱାରା ପେଟ ଯନ୍ତ୍ରଣା , ଗ୍ୟାସ , ଏସିଡ଼ିଟି ଇତ୍ୟାଦିରୁ ଆରମ୍ଭ ମିଳିଥାଏ l ତା ସହିତ ଓଜନ ମଧ୍ୟ ହ୍ରାସ ପାଇଥାଏ l

*ତମ୍ବାରେ ରୋଷେଇ କରି ଖାଇବାଦ୍ୱାରା ଥାଇରଏଡ ସମସ୍ୟା ଦୂର ହୋଇଥାଏ l ଏଥିରେ ଆଣ୍ଟି ଏଜିଙ୍ଗ ଗୁଣ ରହିଥିବା ହେତୁ ତ୍ୱଚା ସମ୍ଭଧୀୟ ସମସ୍ତ ସମସ୍ୟା ଦୂର ହେବାସହିତ ମୁଖମଣ୍ଡଳର ସୌନ୍ଦର୍ୟ ବୃଦ୍ଧି ପାଇଥାଏ l

Show More

Related Articles

Back to top button