ଦେଶ ବିଦେଶସ୍ୱାସ୍ଥ୍ୟ

ବିଶେଷଜ୍ଞ ମାନଙ୍କ ଗବେଷଣାର ଖୁଲାସା : ଏହି ୫ଟି ଜିନିଷକୁ ଖାଇବା ଦ୍ୱାରା ତୁରନ୍ତ ମିଳିଥାଏ ଗ୍ୟାସରୁ ଆରମ୍

ପେଟର ଅଧିକାଂଶ ରୋଗର ମୁଖ୍ୟ କାରଣ ହେଉଛି ଗ୍ୟାସ l ପେଟ ଖବରପା ହେବ ଦ୍ୱାରା ଗ୍ୟାସ ସମସ୍ୟା ମାଢ଼ଟା ବଢିବାକୁ ଲାଗିଥାଏ ଓ ଏହା ଦ୍ୱାରା ପେଟ ଯନ୍ତ୍ରଣା ,ଛାତି ପୋଡା ଏବଂ ହଜମ ଶକ୍ତିରେ ବାଧା ଉପୁଜି ଥାଏ

ପେଟର ସମସ୍ୟାକୁ ଆମକୁ ଅଣଦେଖା କରିବା ଉଚିତ ନୁହେଁ ,ଯାହା ଆମକୁ ଗ୍ୟାସରେ ଆକ୍ରଣ କରି ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣାର କାରଣ କିମ୍ବା ବାତ ରୋଗର କାରଣ ହୋଇପାରେ l ଆୟୁର୍ବେଦରେ ପ୍ରାକୃତିକ ଉପାୟରେ ଗ୍ୟାସରୁ ରକ୍ଷାପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଛି l ଗବେଷକ ମାନଙ୍କ ମତରେ ଆମେ ଏପରି କିଛି ଜିନିଷକୁ ଖାଇ ଗ୍ୟାସ ସମସ୍ୟାରୁ ନିଜକୁ ଦୁରେଇ ରଖି ପାରିବା l କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଡାକ୍ତରୀ ଗବେଷକ ମାନେ କିଛି ଘରୋଇ ଉପାୟ ଦ୍ୱାରା ଗ୍ୟାସରୁ ଦୁରେଇ ରଖା ଯାଇ ପାରିବ ବୋଲି କହିଛନ୍ତି l

* ପାନମଧୁରୀ ପେଟର ମସଲସକୁ ରିଲାକ୍ସ କରିଥାଏ ଓ କୋଷ୍ଠକାଠିନ୍ୟର ସମସ୍ୟାକୁ ମଧ୍ୟ ଦୂର କରିଥାଏ l ମସଲସ ଆରାମ ହେବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ଗୁଜୁରାତିକୁ ଆମେ ଅନ୍ୟ ଜିନିଷ ସହିତ ମିଶାଇ ଖାଇଥାଉ l ନିକଟରେ ହୋଇଥିବା ଏକ ଗବେଷଣା ଅନୁସାରେ ଗୁଜୁରାତି ଅଲସର ଭଳି ଭୟଙ୍କର ପେଟ ରୋଗରୁ ଆରମ୍ଭ ଦେଇଥାଏ l

* ଜିରା ଡାଇରିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ରାମବାଣ ଅଟେ l ଜିରାରେ ଆଣ୍ଟିଆକ୍ସିଡେଣ୍ଟ ରହିଥିବା କାରଣରୁ ପେଟରେ ଥିବା ଜୀବାଣୁ ନଷ୍ଟ ହୋଇ ଯାଇ ଥାଆନ୍ତି l ଜିରା ପେଟର ସମସ୍ତ ସମସ୍ୟାକୁ ଦୂର କରିବା ସହିତ ଏସିଡ଼ିଟି ଭଳି ସମସ୍ୟାକୁ ମଧ୍ୟ ଠିକ କରିଥାଏ l

* ଯଦି ପେଟପାଇଁ କୌଣସି ଘରୋଇ ଜିନିଷର ସବୁଠୁ ଅଧିକ ବ୍ୟବହାର ହୋଇଥାଏ ତାହା ହେଉଛି ଜୁଆଣି l ଗୋଟିଏ ଗବେଷଣାରେ କୁହାଯାଇଛି ଯେ ଜୁଆଣି ଗ୍ୟାସ ଓ ଏସିଡ଼ିଟି ସମସ୍ୟା ସହିତ ହଜମ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ l ଆୟୁର୍ବେଦରେ ଜୁଆଣିକୁ ଅସଲସର ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ l

* ହେଙ୍ଗୁ ପେଟ ପାଇଁ ଅମୃତ ଅଟେ l ଗ୍ୟାସ ଏସିଡ଼ିଟି ସହିତ ଏଥିରେ ଥିବା ଏଞ୍ଜାଇମ ହଜମ ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରିଥାଏ l ତେଣୁ ଗ୍ୟାସ ଏସିଡ଼ିଟି ପାଇଁ ହେଙ୍ଗୁର ବ୍ୟବହାର ରାମବାଣ ଅଟେ l

Show More

Related Articles

Back to top button