ବାଣିଜ୍ୟ

ଶସ୍ତା ହେଲା ଖାଇବା ତେଲ ଦର

୧୫ % ଯାଏଁ ଖସିଲା ଦାମ୍

ଶସ୍ତା ହେଲା ଖାଇବା ତେଲ । ଆଦାନି ୱିଲ୍‌ମାର ଏବଂ ରୁଚି ସୋୟା ସମେତ ଅଧିକାଂଶ ଖାଇବା ତେଲ କମ୍ପାନି ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପି ହ୍ରାସ କରିଛନ୍ତି । ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଲାଗି କମ୍ପାନିଗୁଡିକ ସର୍ବୋଚ୍ଚ ଖୁଚୁରା ଦରରେ ୧୦ରୁ ୧୫% ହ୍ରାସ କରିଥିବା ଶିଳ୍ପସଂଘ ଏସ୍‌ଇଏ ପକ୍ଷରୁ ପ୍ରକାଶ ପାଇଛି । ଫର୍‌ଚ୍ୟୁନ୍‌ ବ୍ରାଣ୍ଡ ପାଇଁ ଜଣାଶୁଣା ଆଦାନି ୱିଲ୍‌ମାର, ମହାକୋଶ, ସନ୍‌ରିଚ୍‌, ରୁଚି ଗୋଲ୍‌ଡ ଏବଂ ନ୍ୟୁଟ୍ରେଲା ବ୍ରାଣ୍ଡ ପାଇଁ ଜଣା ରୁଚି ସୋୟା, ଇମାମି ଏବଂ ଜେମିନି ଆଦି କମ୍ପାନିଗୁଡିକ ଦର କମାଇଥିବା ଜଣାପଡ଼ିଛି ।

ଶିଳ୍ପସଂଘ ସୋଲ୍‌ଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଇଏ) ଏହାର ବିବୃତିରେ ଉଲ୍ଲେଖ କରିଛି ଯେ, ଆମର ସଦସ୍ୟ କମ୍ପାନିଗୁଡିକ ଖାଉଟିଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ସେମାନଙ୍କ ଉତ୍ପାଦଗୁଡିକର ଏମ୍‌ଆର୍‌ପିରେ ୧୦ରୁ ୧୫% ହ୍ରାସ କରିଛନ୍ତି । ସୂଚନାଯୋଗ୍ୟ, ଖାଇବା ତେଲର ବର୍ଦ୍ଧିତ ଦରରୁ ଖାଉଟିଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଶିଳ୍ପନେତାମାନଙ୍କୁ ଭେଟିଥିଲେ ଏବଂ ଆମଦାନି ଶୁଳ୍କ ହ୍ରାସର ଲାଭ ଖାଉଟିଙ୍କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରିଥିଲେ ।

Show More

Related Articles

Back to top button