ବାଣିଜ୍ୟ

ଖାଦ୍ୟ ତୈଳ କମ୍ପାନୀଙ୍କୁ ତାଗିଦ

ତୁରନ୍ତ ହ୍ରାସ କର ଦାମ, ବନ୍ଦ କର ଓଜନର ଖେଳ

ଅନ୍ତର୍ଜାତୀୟ ବଜାରରେ ଖାଦ୍ୟ ତୈଳର ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାର ଦେଶରେ ଖାଦ୍ୟ ତୈଳ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମୂଲ୍ୟ ହ୍ରାସ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କମ୍ପାନୀମାନଙ୍କୁ ସପ୍ତାହକ ମଧ୍ୟରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିବାକୁ ସରକାର ତାଗିଦ କରିଥିବା ବେଳେ ଗୋଟିଏ ବ୍ରାଣ୍ଡ ଖାଦ୍ୟ ତୈଳର ଅଧିକତମ ଖୁଚୁରା ମୂଲ୍ୟ(ଏମଆରପି) ସାରା ଦେଶରେ ଏକ ରହିବା ଦରକାର ବୋଲି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବୈଶ୍ୱିକ ସ୍ତରରେ ମୂଲ୍ୟ ହ୍ରାସକୁ ଦେଖି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେୟ ଖାଦ୍ୟ ତୈଳ ସଂଘ ଓ ପ୍ରମୁଖ ଖାଦ୍ୟ ତୈଳ ନିର୍ମାତାଙ୍କ ସହ ବୈଠକ କରିଥିଲେ। ଖାଦ୍ୟ ତୈଳ ଏମଆରପିରେ ପରିବହନ ଓ ଅନ୍ୟ ଖର୍ଚ୍ଚକୁ ପୂର୍ବରୁ ମିଶାଯାଉଥିବାରୁ ଦେଶରେ ଏମଆରପିରେ ପାର୍ଥକ୍ୟ ରହିବା ଉଚିତ ନୁହେଁ ବୋଲି ଖାଦ୍ୟ ସଚିବ ବୈଠକରେ କହିଛନ୍ତି। ଏଣୁ ଆଗାମୀ ସପ୍ତାହ ବେଳକୁ ଦେଶରେ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ ହେବ ବୋଲି ଖାଦ୍ୟ ସଚିବ କହିଛନ୍ତି। ବୈଠକରେ ଖାଦ୍ୟ ତୈଳ ନିର୍ମାତା କମ୍ପାନୀଙ୍କ ବିରୋଧରେ ଖାଉଟିଙ୍କ ଅଭିଯୋଗ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏଥିରେ ଖାଦ୍ୟ ସଚିବ କିଛି କମ୍ପାନୀ ଖାଦ୍ୟ ତୈଳ ୧୫ ଡିଗ୍ରି ସେଲସିୟସରେ ପ୍ୟାକ କରୁଥିବା କହିଛନ୍ତି।

ଫଳରେ ପ୍ୟାକରେ ତୈଳର ଓଜନ ହ୍ରାସ ହୋଇଥାଏ। ଏଣୁ କମ୍ପାନୀମାନଙ୍କୁ ତୈଳ ଓଜନ ହ୍ରାସର ଖେଳ ବନ୍ଦ କରନ୍ତୁ ବୋଲି ଖାଦ୍ୟ ସଚିବ କଡା ତାଗିଦ କରିଛନ୍ତି। ଗତମାସରେ ଖାଦ୍ୟ ତୈଳ କମ୍ପାନୀମାନେ ମୂଲ୍ୟ ହ୍ରାସ କରିଥିଲେ। ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ହୋଇଥିଲା। ତେବେ ନୂଆ ମୂଲ୍ୟ ପ୍ରିଣ୍ଟ ବଜାରରେ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇ ନାହିଁ। ଭାରତ ମୋଟ ଖାଦ୍ୟ ତୈଳ ଆବଶ୍ୟକତାର ୬୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ତେବେ ଚଳିତବର୍ଷ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ତୈଳ ମୂଲ୍ୟରେ ବୃଦ୍ଧି ଦେଖାଯାଇଛି। ଏଥିରେ ଇଣ୍ଡୋନେସିଆ ଏପ୍ରିଲ ୨୮ ତାରିଖ ଦିନ ରପ୍ତାନୀ ବନ୍ଦ ଘୋଷଣା କରିବା ଦେଶରେ ଖାଦ୍ୟ ତୈଳ ମୂଲ୍ୟ ବେଶ ବୃଦ୍ଧି ହୋଇଥିଲା। ତେବେ ଖାଦ୍ୟ ତୈଳ ମୂଲ୍ୟ ଖୁବ୍ ଶୀଘ୍ର ହ୍ରାସ ହେବ ବୋଲି ବ୍ୟବସାୟୀ କହିଛନ୍ତି। ବଜାରରେ ଲିଟର ପିଛା ଖାଦ୍ୟ ତୈଳ ମୂଲ୍ୟ ୧୨୫ ଟଙ୍କା ରହିପାରେ ବୋଲି କୁହାଯାଇଛି।

Show More

Related Articles

Back to top button