ବାଣିଜ୍ୟ

କ୍ରମାଗତ ଭାବେ ଆଜି ସପ୍ତମଦିନ ପାଇଁ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ପକ୍ଷରୁ କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି

ଆଜି ଡିଜେଲର ମୂଲ୍ୟ ୨୯ ରୁ ୩୦ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୨୫ ରୁ ୨୬ ପଇସା ବୃଦ୍ଧି ପାଇଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଦିଲ୍ଲୀ-ମୁମ୍ବଇରେ ନୂଆ ରେକର୍ଡ

ଏହି ଦୁଇଟି ସହରରେ ପେଟ୍ରୋଲ ଦର ସର୍ବୋଚ୍ଚ ସ୍ତରରେ ଅଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୮୮.୯୯ ରେ ପହଞ୍ଚିଥିବାବେଳେ ମୁମ୍ବଇରେ ଲିଟର ପିଛା ୯୫.୪୬ ଟଙ୍କାରେ ପହଞ୍ଚିଛି। ଏଥି ସହିତ ଡିଜେଲରେ ଦିଲ୍ଲୀରେ ୭୯.୩୫ ଟଙ୍କା ଏବଂ ମୁମ୍ବଇରେ ୮୬.୩୪ ଟଙ୍କାରେ ପହଞ୍ଚିଛି। ମୁମ୍ବଇରେ ଡିଜେଲ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ସାତ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨.୦୬ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୨.୨୭ ଟଙ୍କା ବୃଦ୍ଧି ପାଇଛି।

ଆଜି ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସା ମହଙ୍ଗା
ପେଟ୍ରୋଲ୨୬ ପଇସା ଏବଂ ଡିଜେଲରେ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। ଏହା ସ୍ଥାନୀୟ ବିକ୍ରୟ କର କିମ୍ବା ଭ୍ୟାଟ୍ ଏବଂ ବିଭିନ୍ନ ରାଜ୍ୟରେ ଆଦାୟ ହେଉଥିବା ମାଲ ପରିବହନକୁ ବାଦ ଦେଇ ବୃଦ୍ଧି ପାଇଛି । ରବିବାର ଦିନ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୮.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୦୬ ଟଙ୍କାରେ ବିକ୍ରି ହେଉଥିଲା।

Show More

Related Articles

Back to top button