ସ୍ୱାସ୍ଥ୍ୟ

କୋଷ୍ଠକାଠିନ୍ୟ ଓ ସୁନ୍ଦର ତ୍ୱଚା ପାଇଁ ସକାଳୁ ପିଅନ୍ତୁ ଉଷୁମପାଣି ଲେମ୍ବୁରସ

ଯଦି ଆପଣଙ୍କୁ କିଏ ପ୍ରଶ୍ନ କରିବ ଦିନଟିକୁ ଆରମ୍ଭ କରିବା ପାଇଁ ସବୁଠାରୁ ସ୍ୱାସ୍ଥ୍ୟକର କାର୍ଯ୍ୟ କଣ ?ହୁଏତ ଆପଣ କହି ପାରନ୍ତି ଯୋଗ କରିବା ,କିମ୍ବା ପ୍ରାତଃ ଭ୍ରମଣ l ଯଦି ଏହି ଦୁଇଟି ବ୍ୟତୀତ ଆଉ କିଛି ସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ପାନୀୟକୁ ନେଇ ଦିନ ଆରମ୍ଭ କରିବାର ଥାଏ l ତେବେ ତାହା ହେଉଛି ଉଷୁମ ପାଣି ସହିତ ଲେମ୍ବୁ ପକାଇ ପିଇବା

ଏହା ଦ୍ୱାରା ଆପଣ କେବଳ ସତେଜ ଓ ସୁସ୍ଥ ରହିବ ସହିତ ଆପଣଙ୍କର ଓଜନ ମଧ୍ୟ ନିୟନ୍ତ୍ରଣ ରହିବ l ଆଜି ଆସନ୍ତୁ ଜାଣିବା ଖାଲି ପେଟରେ ଲେମ୍ବୁ ସହିତ ଉଷୁମ ପାଣି ପିବ ଦ୍ୱାରା ଆମ ଶରୀରକୁ କେଉଁ ସବୁ ଲାଭ ମିଳିଥାଏ l

ପାଚନ କ୍ଷମତାକୁ ବଢାଏ -ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହାକୁ ହଜମ କରାଇବା ପାଇଁ ଆମେ ଟିକେ ସଜାଗ ରହିବ ଆବଶ୍ୟକ l ଆମ ଖାଦ୍ୟ ଖାଦ୍ୟନଳୀ ଜରିଆରେ ପେଟ ଭିତରକୁ ଯାଇଥାଏ l ଯେତେବେଳେ ଆମେ ନିଦରୁ ଉଠୁ ଅନେକ ଖାଦ୍ୟ ପଦାର୍ଥ ଖାଦ୍ୟ ନଳୀରେ ବେଳେବେଳେ ଅଟକି ଥାଏ l ତାହାକୁ ଖାଦ୍ୟ ନଳୀରୁ ସଫା କରିବା ସହିତ ଆମର ଖାଦ୍ୟକୁ ହଜମ କରିବାରେ ଉଷୁମ ପାଣି ଓ ଲେମ୍ବୁ ସାହାଯ୍ୟ କରେ l

ଇମ୍ୟୁନିଟି ବଢାଏ -ଲେମ୍ବୁରେ ଥିବା ଭିଟାମିନ-ସି ଓ ପୋଟାସିୟମ ଇମ୍ୟୁନିଟି ବଢ଼ିବାରେ କାମ କରିଥାଏ l ଖାଲି ପେଟରେ ଲେମ୍ବୁପାଣି ପିଇବା ଦ୍ୱାରା ପୋଷାକ ତତ୍ୱର ଅବସୋସଣ ଆହୁରି ଭଲ ଭାବରେ ହୋଇଥାଏ l ଏହି ପରି ଭାବରେ ଆମ ଶରୀର ସାରା ଦିନ ପୌଷ୍ଟିକ ତତ୍ଵକୁ ଭଲ ଭାବରେ ଅବସୋସଣ କରି ତାର ଲାଭ ଉଠାଇ ଥାଏ l

ଓଜନ କମାଇବାରେ ସାହାଯ୍ୟ କରେ -ଓଜନ କମାଇବାର କଥା କହିଲେ ଲେମ୍ବୁ ପାଣିର ନାମ ସର୍ବ ପ୍ରଥମେ ଆସିଥାଏ l ଗରମ ଲେମ୍ବୁପାଣି ଆମର ମେଟାବୋଲିଜ୍ମକୁ ମଧ୍ୟ ବଢ଼ିଥାଏ ଓ ଏହା ଦ୍ୱାରା ଆମର ଚର୍ବି ମଧ୍ୟ କ୍ଷୟ ହୋଇଥାଏ l ଯାହା ଦ୍ୱାରା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳେ l ତେଣୁ ସକାଳୁ ଉଠିଲେ ଖାଲି ପେଟରେ ଲେମ୍ବୁ ପାଣି ପିଅନ୍ତୁ l ଆପଣ ଚାହିଁଲେ ଉଷୁମ ପାଣି ଓ ଲେମ୍ବୁ ଦିନକୁ ତିନିଥର ପିଇ ପାରିବେ l

କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରେ -ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ଗ୍ରମପାଣି ସହିତ ଲେମ୍ବୁ କିଛି ବୁନ୍ଦା ପକାଇ ପିଅନ୍ତୁ ଏହା ଆପଣଙ୍କୁ ଏହି ସମସ୍ୟାରୁ ଦୁରେଇ ରଖିବା l ତା ସହିତ ଆପଣଙ୍କର ପେଟ ସମ୍ବଧୀୟ ସମସ୍ୟା ମଧ୍ୟ ଦୂର ହେବ l

ସୁନ୍ଦର ତ୍ୱଚା -ଲେମ୍ବୁରେ ଥିବା ଭିଟାମିନ-ସି କଲେଜନ ଫାର୍ମେଶନ ପାଇଁ ଆବଶ୍ୟକ ହୋଇଥାଏ l ଏହା ଦ୍ୱାରା ଆପଣଙ୍କ ତ୍ୱଚା ସୁସ୍ଥ ରହିଥାଏ l ତ୍ୱଚାର ଯତ୍ନ ସମୟରେ ହାଇଡ୍ରେସନର ମଧ୍ୟ ଅନେକ ବଶ୍ୟକତା ରହିଛି l ସାକାଳୁ ଗରମ ପାଣି ଓ ଲେମ୍ବୁ ପିଇବା ଦ୍ୱାରା ଆମ ଶରୀରରୁ ବିଷାକ୍ତ ପଦାର୍ଥ ଝାଳ ,ମୂତ୍ର ସାହାଯ୍ୟରେ ବାହାରି ଯାଇଥାଏ ଯାହାଦ୍ୱାରା ଚର୍ମ ସୁସ୍ଥ ରହିଥାଏ l

Show More

Related Articles

Back to top button