ଦେଶ ବିଦେଶ

ଆପଣ ଜାଣିଛନ୍ତି କି? ଏପରି ପାରାର ମୂଲ୍ୟ ୧୪କୋଟି

ମାମୁଲି ଦେଖା ଯାଉଥିବା ଏହି ପାରାଟିର ମୂଲ୍ୟ ଅଟେ ଅଧିକ ଯେ ଯାହାକୁ ଆପଣ ଅନୁମାନ କରିବା କଷ୍ଟକର l ଏହି ପାରାର ମୂଲ୍ୟରେ ଆପଣ ଦିଲ୍ଲୀ କିମ୍ବା ବମ୍ବେରେ ଏକ ଏକ କୋଟିର ୧୦ ଟି ଫ୍ଲାଟ କିଣି ପାରିବେ

ଏହା କୌଣସି ସାଧାରଣ ପାରା ନୁହେଁ ,ଏହା ନିଜ ପ୍ରଜାତିର ସବୁଠୁ ଅଧିକ ଦ୍ରୁତ ବେଗରେ ଉଡୁଥିବା ପାରା ମାନଙ୍କ ଭିତରୁ ଗୋଟିଏ l ନିକଟରେ ହୋଇଥିବା ଗୋଟିଏ ନିଲାମରେ ଗୋଟିଏ ପାରାର ମୂଲ୍ୟ ୧୪ କୋଟି ଟଙ୍କାରୁ ଉର୍ଦ୍ଧରେ କିଣା ଯାଇଥିଲା lଏହି ପାରାର ନାମ ହେଉଛି ” ନିୟୁ କିମ୍ “l ବେଲ୍ଜିୟମ ପ୍ରଜାତିର ଏହି ପରକୁ ୧୪ ରୁ ୧୫ କୋଟିରେ ବିକ୍ରି କରାଯାଇଥାଏ l ଏହି ପାରାର ନିଲାମୀ ବେଲ୍ଜିୟମର ହାଲେ ସ୍ଥିତ ପୀପା ପିଜନ ସେଣ୍ଟରରୁ କରାଯାଇଥିଲା l ଏହାକୁ କିଣିବା ପାଇଁ ଚୀନର ନାଗରିକ ମାନେ ନିଲାମରେ ଡାକ ଦେଇଥିଲେ l ଯେଉଁ ଚିନି ନାଗରିକ ଦୁଇଜଣ ଏହି ପାରାକୁ କିଣିଛନ୍ତି ସେମାନେ ନିଜର ପରିଚୟକୁ ଖୁଲାସା କରି ନାହାନ୍ତି l

ଏହି ଦୁଇଜଣ ଚିନୀ ନାଗରିକ ନିଜ ନାମକୁ ସୁପର ଡୁପର ଓ ହିଟମ୍ୟାନ ନାମରେ ନିଜର ପରିଚୟ ଦେଇଥଲେ l ଏହି ନିଲାମୀ ସମୟରେ ସେହି ପରିବାର ମଧ୍ୟ ଉପସ୍ଥିତ ଥିଲେ ଯିଏ ପାରାକୁ ଦ୍ରୁତ ଗତିରେ ଉଡିବାର ଟ୍ରେନିଂ ଦେଇଥିଲେ l ଏହି ନିଲାମୀ ପାଇଁ ୪୪୫ ଟି ପାରାଙ୍କୁ ଅଣା ଯାଇଥିଲା lନିୟୁକିମ୍ ପ୍ରଜାତିର ପାରାମାନେ ୧୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି ଓ ପାରାମାନଙ୍କ ଉଡିବା ରେସରେ ଭାଗ ନିଅନ୍ତି l ଏହି ପାରାମାନଙ୍କ ପାଇଁ ଅନଲାଇନରେ ବାଜି ଲଗାଯାଏ l ଆଜିକାଲି ଏହି ପାରାମାନଙ୍କ ଜରିଆରେ ଚୀନ ଓ ୟୁରୋପୀୟ ଦେଶ ମାନଙ୍କର କୋଟିପତି ମାନେ ନିଜର ପଇସା ବଢାଉଛନ୍ତି l ଏହି ପାରାମାନଙ୍କ ଦ୍ୱାରା ଲାଭ ହେଉଥିବା ପଇସାକୁ ସେହି ଲୋକମାନଙ୍କୁ ଦିଆଯାଏ ଯେଉଁ ମାନେ ଏଥିରେ ପଇସା ଲଗାଇଥାନ୍ତି l

Show More

Related Articles

Back to top button