ଦେଶ ବିଦେଶବାଣିଜ୍ୟ

ଟେଲିକମ୍ ଗ୍ରାହକଙ୍କୁ ବଡ ଝଟକା,୧୫-୨୦% ବଢିପାରେ ମୋବାଇଲ ଟାରିଫ

ଆସନ୍ତୁ ଜାଣିବା ଏହାର କାରଣ-

ମହଙ୍ଗା ହେବ ମୋବାଇଲରେ କଥାବାର୍ତ୍ତା ଏବଂ ଇଣ୍ଟରନେଟ୍ ବ୍ୟବହାର । ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ରୁ ୨୦ ପ୍ରତିଶତ ବଢାଇପାରନ୍ତି ଟେଲିକମ୍ କମ୍ପାନୀ । ସେମାନଙ୍କ କହିବା କଥା ଯେ ଟେଲିକମ୍ କମ୍ପାନୀ ଗୁଡିକ ଏବେ ଅନେକ ପରିମାଣର କ୍ଷତି ସହୁଥିବାରୁ ଏଭଳି ନିଷ୍ପତ୍ତି ନେବା ଛଡା ଅନ୍ୟ କୌଣସି ଉପାୟ ନାହିଁ । ସରକାର ଏଜିଆର ଜରିଆରେ ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ ସେକ୍ଟର ଗୁଡିକ ବିପୁଳ ପରିମାଣର କ୍ଷତି ସହୁଛନ୍ତି ।ସୂଚନା ଅନୁସାରେ ଭୋଡାଫୋନ-ଆଇଡିଆ ଡିସେମ୍ବର ଶେଷ କିମ୍ବା ଜାନୁୟାରୀ ମାସରେ ମୋବାଇଲ ଟାରିଫ୍ ୧୫ ରୁ ୨୦ ପ୍ରତିଶତ ବଢାଇପାରନ୍ତି । ଭାରତୀ ଏୟାରଟେଲ ମଧ୍ୟ ମୋବାଇଲ ଟାରିଫ୍ ବଢାଇାବା ନେଇ ପୂର୍ବାଭାସ ମିଳିଛି । କିନ୍ତୁ ରିଲାଏନ୍ସ ଜିଓ ଟାରିଫ୍ ବଢାଇବା ନେଇ ପଦକ୍ଷେପ ନେବା ପରେ ଏୟାରଟେଲ ତାର ପଦକ୍ଷେପ ନେଇପାରେ। ସରକାର ଏଜିଆର ଦ୍ବାରା ବିପୁଳ ପରିମାଣର ରାଜସ୍ବ ଆଦାୟ କରୁଥିବାରୁ ଟେଲିକମ୍ କମ୍ପାନୀ ଗୁଡିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବଢାଇବାକୁ ହେବ ବୋଲି କେତେକ କମ୍ପାନୀ ଦାବି କରିଛନ୍ତି କିନ୍ତୁ ଏକାଥରେ ୨୫ ପ୍ରତିଶତ ଟାରିଫ୍ ବଢାଇବା ସମ୍ଭବ ନୁହେଁ ।

ସେଥିପାଇଁ କମ୍ପାନୀ ଦୁଇ ଥର କିମ୍ବା ତିନି ଥରରେ ଟାରିଫ୍ ବଢାଇବାକୁ ପଦକ୍ଷେପ ନେଇପାରନ୍ତି ।ଏହା ପୂର୍ବରୁ ୩ ପ୍ରମୁଖ ଟେଲିକମ୍ କମ୍ପାନୀ ୨୦୧୯ ଡିସେମ୍ବରରେ ଟେଲିକମ୍ ଟାରିଫ୍ ବୃଦ୍ଧି କରିଥିଲେ । ୨୦୧୬ରେ ରିଲାଏନ୍ସ ଜିଓ ବଜାର ପ୍ରବେଶ କରିବା ପରେ ବିଭିନ୍ନ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ କମ ଦାମରେ ସେବା ଯୋଗାଇ ଦେବାକୁ ପ୍ରତିଦ୍ବନ୍ଦୀତା ଆରମ୍ଭ କରିଦେଇଥିଲେ । ଏହା ପରେ ୨୦୧୯ ଡିସେମ୍ବରରେ ପ୍ରଥମ ଥର ପାଇଁ ଟାରିଫ୍ ବଢାଇଥିଲେ ଟେଲିକମ୍ କମ୍ପାନୀ ।୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ ଭାରତୀ ଏୟାରଟେଲ ସବୁଠାରୁ ଅଧିକ ରୋଜଗାର କରିଛି । ଭାରତୀ ଏୟାରଟେଲ ପ୍ରତି ଗ୍ରାହକ ପିଛା ୧୬୨ ଟଙ୍କାର ରାଜସ୍ବ କମାଇଛି । ସେହିଭଳି ରିଲାଏନ୍ସ ଜିଓ ୧୪୫ ଏବଂ ଭୋଡାଫୋନ-ଆଇଡିଆ ୧୧୯ ଟଙ୍କା ରାଜସ୍ବ ଆକାରରେ ପାଇଛି । ସରକାରଙ୍କ ଦ୍ବାରା ଆଦାୟ ହେଇଥିବା ଏଡଜଷ୍ଟେଡ୍ ଗ୍ରୋସ ରେଭିନ୍ୟୁ (ଏଜିଆର) ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଏଜିଆର ଆଦାୟ କାରଣରୁ ଗତ ବର୍ଷ ଭୋଡାଫୋନ-ଆଇଡିଆ ୫୦ ହଜାର ୯୨୧ କୋଟି ଟଙ୍କାର କ୍ଷତି ସହିଥିଲା । ତେବେ ସୁପ୍ରିକୋର୍ଟ ଏଜିଆରର ବକେୟା ପରିମାଣ ଶୁଝିବା ପାଇଁ କମ୍ପାନୀକୁ ୧୦ ବର୍ଷ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ କାରଣରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ବକେୟା ପୈଠ କରିବା ପାଇଁ କିଛି ସମୟ ମଧ୍ୟ ପାଇଛନ୍ତି ।

Show More

Related Articles

Back to top button