Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଜଟଣୀରୁ ପୁଣି ଲଢିବେ ସୁର !

ଆଗାମୀ ନିର୍ବାଚନରେ ବିଧାୟକ ସୁରେଶ କୁମାର ରାଉତରାୟ ପୁଣି ଜଟଣୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ନେଇ ଆସ୍ଥା ପ୍ରକଟ କରିଛି ପ୍ରଦେଶ କଂଗ୍ରେସ। ଶୁକ୍ରବାର ଖୋର୍ଦ୍ଧା ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସମାବେଶରେ କର୍ମୀଙ୍କୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏହା କହିଛନ୍ତି। ତେବେ ୪ବର୍ଷ ତଳୁ ନିର୍ବାଚନ ଲଢ଼ିବେନି ବୋଲି ସୁରେଶ ସ୍ପଷ୍ଟ କରିଥିଲେ ମଧ୍ୟ ଏବେ ପିସିସି ସଭାପତିଙ୍କ ଏହି ମନ୍ତବ୍ୟ ପରେ ଜଟଣୀ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି।

ଶରତ କହିଥିଲେ, ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ଓ ଆଗଧାଡ଼ିର ନେତା ସୁରେଶ ପୁଣି ଜଟଣୀ ଆସନରୁ ଲଢନ୍ତୁ ବୋଲି ପ୍ରଦେଶ କଂଗ୍ରେସ ଚାହେଁ। ଶରତଙ୍କ ଏହି କଥାରେ ଏକାଧିକ କର୍ମୀ ମଧ୍ୟ ସ୍ବର ମିଳାଇଥିଲେ। ଅପରପକ୍ଷରେ କିଛିଦିନ ପୂର୍ବେ ସୁରେଶ ତାଙ୍କ ସାନପୁଅ ମନ୍ମଥ ଜଟଣୀ ଏବଂ ବଡପୁଅ ସିଦ୍ଧାର୍ଥ ନିମାପଡ଼ାରୁ ଲଢିବେ ବୋଲି ସୂଚନା ଦେଇଥିଲେ। ମନ୍ମଥ ବିଜେଡିରୁ ଲଢିବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଅସ୍ବୀକାର କରିଛନ୍ତି ସୁରେଶ। ସେହିପରି ପିସିସି ସଭାପତିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ସୁରେଶ କହିଛନ୍ତି, ନିର୍ବାଚନ ଲଢିବି ନାହିଁ ବୋଲି ଆଗରୁ ଘୋଷଣା କରିସାରିଛି। ତଥାପି ଆଗକୁ ଏହା ଉପରେ ତର୍ଜମା କରିବି। ଜଟଣୀବାସୀ ଚାହିଁଲେ, ଏ ବିଷୟରେ ଚିନ୍ତା କରିବି।

Show More

Related Articles

Back to top button