Breaking PLUSଓଡ଼ିଶାମୁଖ୍ୟ ଖବର

ଅଗଷ୍ଟ ୨୩ରୁ ଆରମ୍ଭ ହେବ ଏକକ ପିଜି ପରୀକ୍ଷା

୨୦୨୧-୨୨ ଶିକ୍ଷାବର୍ଷ ଲାଗି ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡିକରେ ନାମଲେଖା ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ବା ଏକକ ପିଜି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୨ରୁ ଆରମ୍ଭ । ଆବେଦନର ଶେଷ ତାରିଖ ଅଗଷ୍ଟ ୧୪ତାରିଖ ରାତି ୧୧ଟା୪୫ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଆବେଦନକାରୀଙ୍କ ଲାଗି ଆଡମିଟ୍ କାର୍ଡ ଅଗଷ୍ଟ ୨୦ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ।

୨୦୨୧-୨୨ ଶିକ୍ଷାବର୍ଷ ଲାଗି ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡିକରେ ନାମଲେଖା ପାଇଁ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ବା ଏକକ ପିଜି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୨ରୁ ଆରମ୍ଭ । ଆବେଦନର ଶେଷ ତାରିଖ ଅଗଷ୍ଟ ୧୪ତାରିଖ ରାତି ୧୧ଟା୪୫ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଆବେଦନକାରୀଙ୍କ ଲାଗି ଆଡମିଟ୍ କାର୍ଡ ଅଗଷ୍ଟ ୨୦ରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ସେହିପରି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୧୨ତାରିଖ ଅପରାହ୍ଣ ୨ଟାରେ ବିଷୟ ଭିତ୍ତିକ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅକ୍ଟୋବର ୧୨ରୁ ୧୭ତାରିଖ ପର୍ଯ୍ୟନ୍ତ ଚଏସ୍ ଫିଲ୍‌ିଂ ରହିବ । ଅକ୍ଟୋବର ୨୨ତାରିଖ ସନ୍ଧ୍ୟା ୬ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ୍ କରାଯିବ । ନାମଲେଖା ଲାଗି ଫି’ ପୈଠ ଅକ୍ଟୋବର ୨୨ରୁ ୨୫ତାରିଖ ପର୍ଯ୍ୟନ୍ତ କରାଯିବ । ସେହିପରି ବିଶ୍ୱବିଦ୍ୟାଳୟ ଗୁଡିକରେ ନାମଲେଖା ଅକ୍ଟୋବର ୨୨ରୁ ଅକ୍ଟୋବର ୨୮ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୪ ପୂର୍ବାହ୍ଣ ୧୧ରେ ୨ୟ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ପ୍ରକ୍ରିୟା ନଭେମ୍ବର ୫ରୁ ୯ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଚାଲିବ । ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ସିଟ୍ ଖାଲି ରହେ ତେବେ ଖାଲି ପଡ଼ିଥିବା ସିଟରେ ନାମଲେଖା ଲାଗି ପ୍ରୋଭିଜନାଲ ତାଲିକା ନଭେମ୍ବର ୧୨ରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Show More

Related Articles

Back to top button