ସ୍ୱାସ୍ଥ୍ୟ

ଅଧିକ ଚିକେନ୍ ଖାଉଛନ୍ତି କି ?

ତେବେ ହୋଇଯାଆନ୍ତୁ ସାବଧାନ, ସ୍ୱାସ୍ଥ୍ୟପ୍ରତି ହୋଇପାରେ ଘାତକ

ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ପ୍ରୋଟିନ୍ ସମେତ କେତେକ ପୃଷ୍ଟିସାର ଜାତୀୟ ତତ୍ତ୍ବ ମିଳିଥାଏ । ସ୍ବାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ବାରା ସ୍ବାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି କଣ ରହିଛି ବିପଦ ଆସନ୍ତୁ ଜାଣିବା-

ଓଜନ ବୃଦ୍ଧି – ପ୍ରତିଦିନ ଚିକେନ ଖାଇବା ଦ୍ବାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ତେବେ ଚିକେନ ବିରିୟାନୀ, ବଟର ଚିକେନ, ଫ୍ରାଏଡ୍ ଚିକେନରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ । ଏଥିପାଇଁ ସପ୍ତାହରେ ଥରେ ଚିକେନ ଖାଇବା ଉଚିତ୍ ।

କୋଲେଷ୍ଟ୍ରଲ ଲେବଲ ବୃଦ୍ଧି ହୋଇଥାଏ- ଯଦି ସଠିକ୍ ଭାବରେ ଚିକେନ ଖାଇବେ ତାହାଲେ କୋଲେଷ୍ଟ୍ରଲ୍ ସ୍ତର ବଢିନଥାଏ । ତାହା ନିର୍ଭର କରିଥାଏ କି କେଉଁ ମାତ୍ରାରେ ଏବଂ କେତେ ପରିମାଣରେ ଆପଣ ଚିକେନ ଖାଉଛନ୍ତି । ଯଦି ଡିପ୍ ଫ୍ରାଏଡ୍ ଚିକେନ ଖାଇବାକୁ ପସନ୍ଦ କରନ୍ତି ତାହାଲେ କୋଲେଷ୍ଟ୍ରଲ ସ୍ତର ବଢିପାରେ । ଆମେରିକନ୍ ଜର୍ନାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରିସନର ଏକ ରିପୋର୍ଟ ଅନୁଯାୟୀ ଧଳା ଚିକେନ୍ ନାଲି ମାଂସ ପରି କୋଲେଷ୍ଟ୍ରଲ ବଢାଇଥାଏ । ତେବେ କୋଲେଷ୍ଟ୍ରଲକୁ କାବୁ କରି ରଖିବା ପାଇଁ ସିଝା ଯାଇଥିବା ଚିକେନ୍, ଗ୍ରିଲ୍ଡ କିମ୍ବା ସେକା ହୋଇଥିବା ଚିକେନ୍ ଖାଇବା ଉଚିତ୍ ।

ଅତ୍ୟଧିକ ଗରମ୍ ଖାଦ୍ୟ – ଚିକେନ୍ ଗରମ ଥିଲେ ତାହା ବେଶୀ ସ୍ବାଦିଷ୍ଟ ଲାଗିଥାଏ । କିନ୍ତୁ ଗରମ ଖାଇବା ଦ୍ବାରା ଶରୀରର ତାପମାତ୍ରା ବଢାଇବାରେ ଏହା ସହାୟକ ହୋଇଥାଏ। ଖରା ଦିନରେ ପ୍ରତିଦିନ ଚିକେନ ଖାଇବା ଦ୍ବାରା କିଛ ଲୋକଙ୍କ ନାକରୁ ପାଣି ବାହାରି ଥାଏ । ଯଦି ଚିକେନ ଖାଇବା ସମୟରେ ନାକରୁ ପାଣି ବାହାରୁଛି, ତାହାଲେ କିଛି ଦିନ ପର୍ଯ୍ୟନ୍ତ ଚିକେନ ନଖାଇବା ଉଚିତ୍ ।

ସଂକ୍ରମଣ ହେବାର ଆଶଙ୍କା- ଚିକେନର ବିଶେଷ ଭାଗକୁ ଖାଇବା ଦ୍ବାରା ମୂତ୍ରନଳୀରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ରିପୋର୍ଟ ଅନୁଯାୟୀ କିଛି ମାତ୍ରାରେ ଚିକେନ୍ ରେ ଇ-କୋଲାଇ ଜୀବାଣୁ ରହିଥାଏ । ଯାହାଫଳରେ ଅଧିକ ମାତ୍ରାରେ ଚିକେନ୍ ଖାଇବା ଦ୍ବାରା ମୂତ୍ରନଳୀରେ ସଂକ୍ରମଣ ହୋଇଥାଏ ।

Show More

Related Articles

Back to top button