Breaking PLUSଓଡ଼ିଶାମୁଖ୍ୟ ଖବର

ଅନୁଗୁଳବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି ଅନୁଗୁଳବାସୀଙ୍କୁ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୩୫୦ ଜଣ ହିତାଧିକାରୀଙ୍କୁ ନିଜ ହାତରେ ମଞ୍ଚରୁ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଉପକୃତ ହେବେ ଜିଲ୍ଲାର ମୋଟ ୯ ଲକ୍ଷ ହିତାଧିକାରୀ । ଜିଲ୍ଲାରେ ପ୍ରଥମ କରି ନିର୍ମାଣ ହୋଇଥିବା ହେଲଥ କରିଡର ମଧ୍ୟ ଉଦଘାଟନ ହେବ । ସେହିଭଳି ୧ ହଜାର ୧୭୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନୁଗୁଳରେ କାର୍ଯ୍ୟକ୍ରମ ସାରିବା ପରେ ଢେଙ୍କାନାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ମଧ୍ୟାହ୍ନ ୧୨ଟା ସମୟରେ ଢେଙ୍କାନାଳରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୨ଟା ରେ ମିନି ଷ୍ଟାଡିଅମରେ ଆୟୋଜନ ହେବାକୁ ଥିବା ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ । ତେବେ ଗତକାଲିଠାରୁ ସାରା ସହରରେ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଗଣେଶ ବଜାର ପର୍ୟ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗକୁ ସର୍ବ ସାଧାରଣଙ୍କ ପ୍ରବେଶ ନିମନ୍ତେ ବନ୍ଦ ରଖାଯାଇଛି ।

Show More

Related Articles

Back to top button