Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ

ଆଜି ପ୍ରକାଶପାଇଲା ଯୁକ୍ତ ୨ ଅଫଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀମାନେ www. orissaresults.nic.in ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି ।

ଏଥର ଅଫଲାଇନରେ ପରୀକ୍ଷା ଦେଇଥିଲେ ୧୨,୩୨୧ ଜଣ ପରୀକ୍ଷାର୍ଥୀ । ସେଥି ମଧ୍ୟରୁ ୮୪୬୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଅଫଲାଇନ ରେଜଲ୍ଟ ପାସ ହାର ୬୮.୬୬ ପ୍ରତିଶତ ହୋଇଛି । ଛାତ୍ରଙ୍କ ପାସ ହାର ୬୨.୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ୬୭.୭୬ ପ୍ରତିଶତ ବୋଲି ଜଣାଯାଇଛି ।

ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଏହି ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ରାଜ୍ୟର ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ ଏବଂ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ ।

Show More

Related Articles

Back to top button