ଓଡ଼ିଶାମୁଖ୍ୟ ଖବର

ବାତିଲ୍‌ ହେଲା ଯୁକ୍ତ ଦୁଇ ପରୀକ୍ଷା

ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ଘୋଷଣା କରିଛନ୍ତି

କରୋନା ସଂକ୍ରମଣ ବୃଦ୍ଧି ସମୟରେ CHSE ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ ଏବେ ସରକାର ଦୂର କରିଛନ୍ତି ।ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା ହୋଇଥିଲେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବିଶେଷଜ୍ଞଙ୍କ ମାପଦଣ୍ଡ ଅନୁସାରେ ପରୀକ୍ଷା ଫଳ ସ୍ଥିର କରାଯିବ ବୋଲି ସୂଚନା ମିଳିଛି । ଫଳ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୁଣି ଚାହିଁଲେ ପରୀକ୍ଷା ଦେଇ ପାରିବେ ବୋଲି କୁହାଯାଇଛି । ହେଲେ ଏହି ପରୀକ୍ଷା କେବେ କରାଯିବ ସେ ନେଇ CHSE ତାରିଖ ଘୋଷଣା କରିବ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ସିବିଏସ୍‌ସି ଛାତ୍ରଛାତ୍ରୀ ଚିନ୍ତାରେ ଥିଲେ ।

ମଙ୍ଗଳବାର କେନ୍ଦ୍ର ସରକାର ସିବିଏସ୍‌ଇର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଥିଲେ । ଏହି ଘୋଷଣା ପରେ ବିଭିନ୍ନ ରାଜ୍ୟ ଯଥା- ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ମଧ୍ୟ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ କରିଛନ୍ତି । ତେବେ ଆଜି ଓଡ଼ିଶା ସରକାର ଯୁକ୍ତ ଦୁଇ ପରାକ୍ଷା ବାତିଲ୍‌ ନେଇ ଘୋଷଣା କରିଛନ୍ତି ।

Show More

Related Articles

Back to top button