ଦେଶ ବିଦେଶ

୧୮ରୁ ୪୪ବର୍ଷ ବୟସ ବର୍ଗଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ ଟିକା

ଆସନ୍ତା ୮ ଓ ୯ରୁ ହେବ ସ୍ବତନ୍ତ୍ର ଡ୍ରାଇଭ୍

୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଦ୍ବିତୀୟ ଡୋଜ ଟିକାକରଣ ପାଇଁ ବିଏମ୍‌ସିର ପ୍ରସ୍ତୁତି । ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଡ୍ରାଇଭ୍ । ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି ହେବ କାର୍ଯ୍ୟକ୍ଷମ ।ପୂର୍ବରୁ ଗତ ମେ’ ୩, ୪ ଓ ୫ ତାରିଖରେ ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ବିତୀୟ ଡୋଜ୍ ଟିକା ।

ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଟିକା ଦିଆଯିବ ।ତେବେ ଯେଉଁମାନେ କୋୱିନ୍ ଆପ୍ ଜରିଆରେ ସ୍ଲଟ୍ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ । ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ । ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

Show More

Related Articles

Back to top button