Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ସୁଧ ହାର ଓ ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ଏମ୍ଏସ୍ଏଫ୍ ରେଟ୍ ରେ କୌଣସି ପରିବର୍ତ୍ତନ କରିନାହିଁ । କୌଣସି ପରିବର୍ତ୍ତନ ବିନା ରେପୋ ହାର ୪ ପ୍ରତିଶତ ରହିବ । କୌଣସି ପରିବର୍ତ୍ତନ ବିନା MSF ହାର ଏବଂ ବ୍ୟାଙ୍କ ହାର ୪.୨୫ ପ୍ରତିଶତ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, ଏମ୍ଏସ୍ଏଫ୍ ରେଟ୍ ରେ କୌଣସି ପରିବର୍ତ୍ତନ କରିନାହିଁ । କୌଣସି ପରିବର୍ତ୍ତନ ବିନା ରେପୋ ହାର ୪ ପ୍ରତିଶତ ରହିବ । କୌଣସି ପରିବର୍ତ୍ତନ ବିନା MSF ହାର ଏବଂ ବ୍ୟାଙ୍କ ହାର ୪.୨୫ ପ୍ରତିଶତ ରହିବ । ଏଥି ସହିତ, ରିଭର୍ସ ରେପୋ ରେଟ୍ ହାର ମଧ୍ୟ କୌଣସି ପରିବର୍ତ୍ତନ ବିନା ୩.୩୫ ପ୍ରତିଶତ ରହିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି ।

ଏହି କାରଣରୁ, ମାସିକ କିସ୍ତିରେ ମଧ୍ୟ କିଛି ପରିବର୍ତ୍ତନ ହେବନି । ଆରବିଆଇ ଗଭର୍ଣ୍ଣର କହିଛନ୍ତି, ‘୨୦୨୧-୨୨ରେ ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୯.୫ ପ୍ରତିଶତ ହେବ । ଏହା ପ୍ରଥମ ତ୍ରୈମାସିକରେ ୧୮.୫%, ଦ୍ୱିତୀୟ ତ୍ରୈମାସିକରେ ୭.୯%, ତୃତୀୟ ତ୍ରୈମାସିକରେ ୭.୨% ଏବଂ ଚତୁର୍ଥ ତ୍ରୈମାସିକରେ ୬.୬% ରହିବ । ମୁଦ୍ରାସ୍ପିତୀ ହାର ‘୨୦୨୧-୨୨ ରେ ଏହା ୫.୧ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ‘ସାଧାରଣ ମୌସୁମୀ ସାମାନ୍ୟ ରହିଲେ ଅର୍ଥନୀତିର ସ୍ଥିତି ସୁଧାରିବାରେ ସହାୟକ ହେବ । ମୁଦ୍ରାସ୍ଫୀତିର ସମ୍ପ୍ରତି କିଛି ହ୍ରାସ ହେବାର ସମ୍ଭାବନା ନାହିଁ । ଅର୍ଥନୈତିକ ଅଭିବୃଦ୍ଧିକୁ ଫେରାଇ ଆଣିବା ପାଇଁ ସବୁ ଦିଗରୁ ନୀତି ସହାୟତା ଆବଶ୍ୟକ । ରିଜର୍ଭ ବ୍ୟାଙ୍କ ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୧୦.୫ପ୍ରତିଶତରୁ ୯.୫ ପ୍ରତିଶତକୁ ହ୍ରାସ କରିଛି ।

Show More

Related Articles

Back to top button