ସ୍ୱାସ୍ଥ୍ୟ

ଡାଳଚିନି, ତ୍ରିଫଳା ଆଦି ଆମ ଶରୀରପାଇଁ ରାମବାଣ ସଦୃଶ୍ୟ

ମୋଟାପଣ ପାଇଁ ସମସ୍ତେ ପ୍ରାୟ ଚିନ୍ତିତ ରହୁଛନ୍ତି ,କାରଣ ଏହା ମଣିଷର ବ୍ୟକ୍ତିତ୍ୱକୁ ହାନି କରିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ l ଆଜିକାଲି ଦୁନିଆରେ ସୁସ୍ଥ ଓ ସତେଜ ରହିବ ପାଇଁ ପ୍ରାୟ ସମସ୍ତେ ନିଜର ଓଜନ କମାଇବାକୁ ଚାହୁଁଛନ୍ତି l ନିୟନ୍ତ୍ରିତ ଓଜନ ରଖିଲେ ଶରୀର ଫିଟ ରହିବ

କୋଲେଷ୍ଟ୍ରଲର ସ୍ଥର ରକ୍ତ ଚାପ ଓ ରକ୍ତଶର୍କରା ଇତ୍ୟାଦି ନିୟନ୍ତ୍ରିତ ରହିଥାଏ କିନ୍ତୁ ଯଦି ଆମର ଓଜନ ଲଗାତାର ବଢେ ତେବେ ଏହି ସବୁ ରୋଗର ଆଶଙ୍କା ବଢ଼ିଯାଇଥାଏ l ଆମର ନିୟମିତ ଖାଦ୍ୟ ପ୍ରଣାଳୀରେ କିଛିଟା ଜିନିଷର ବ୍ୟବହାର କଲେ ଓଜନ ନିୟନ୍ତ୍ରିତ ରହିଥାଏ l ସେଗୁଡିକ ଆୟୁର୍ବେଦ ଔଷଧରେ ମଧ୍ୟ ବ୍ୟବହାର ହୁଏ l

ଡ଼ାଳଚିନି-ଡାଳଚିନି ସମସ୍ତଙ୍କ ଘରର ମସଲା ଦାନୀର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଟିଏ l ଏହା କେବଳ ଖାଇବାର ସ୍ୱାଦ ବଢାଇନଥାଏ ,ବରଂ ଓଜନ କମାଇବା କାମରେ ବ୍ୟବହୃତ ହୁଏ l ଅଧିକାଂଶ ଔଷଧୀୟ ଗୁଣରେ ପରିପୁର୍ଣ୍ଣ ଡାଳଚିନି ଇମ୍ୟୁନିଟି ବଢାଇବା ଠାରୁ ନେଇ ମୋଟାପଣ କମାଇବା ପର୍ଯ୍ୟନ୍ତ ସବୁଥିରେ ଲାଭ ଦେଇଥାଏ l ଡାଳଚିନିରେ ଚାହା ପ୍ରସ୍ତୁତ କରି ଆପଣ ନିୟମିତ ଦୁଇଥର ପିଇଲେ ଆପଣଙ୍କ ଓଜନ କମିବ l

* ମାଲାବାର ହଳଦୀ -ଓଜନ କମ କରିବାରେ ବିଗତ କିଛି ଦିନ ଧରି ମାଲାବାର ହଳଦୀର ପ୍ରାଧାନ୍ୟ ବଢିଯାଇଛି l ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଏହାକୁ ସେବନ କରିବା ଦ୍ୱାରା ଏହା ଫ୍ୟାଟ ପ୍ରଡକ୍ସନ ଓ ତାହାର ଷ୍ଟୋରେଜ କ୍ଷମତାକୁ ବ୍ଲକ କରିଥାଏ l ଏହି ଔଷଧିର ଗୋଟିଏ ମହତ୍ଵପୁର୍ଣ ତତ୍ୱ ହେଉଛି ହାଇଡ୍ରୋକ୍ସି ସାଇଟ୍ରିକ ଏସିଡ ଯାହା ମେଟାବୋଲିଯିମକୁ ଉନଟା କରିବାରେ ସାହାଯ୍ୟ କରିଥାଏ l

* ତ୍ରିଫଳା -ଆୟୁର୍ବେଦ ଅନୁସାରେ ତ୍ରିଫଳା ,ଅଁଳା ,ହରିଡ଼ା ଓ ବାହାଡାର ସମିଶ୍ରଣକୁ କୁହାଯାଏ l ଏହି ସମିଶ୍ରଣକୁ ବ୍ୟବହାର କଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ଓ ପରିସ୍ରାରେ ମିଶି ବାହାରକୁ ବାହାରି ଆସିଥାଏ l ଓ ପେଟକୁ ସଫା ରଖିଥାଏ l ପାଚନ ଶକ୍ତି ଓ ମେଟାବୋଲିଯିମକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ l

* ମେଥିଦାନ -ପେଟର ଚର୍ବିକୁ କମ କରିବାରେ ମେଥିଦାନ ମଧ୍ୟ ଲାଭଦାୟକ ଅଟେ l ଏଥିରେ ଥିବା ତତ୍ୱ ଗୋଲେକ୍ଟୋ ମେନନ ଭୋକକୁ କମ କରିବାରେ ସକ୍ଷମ ହୋଇଥାଏ l ତେଣୁ ରାତିରେ ପାଣିରେ କିଛି ମେଥିଦାନ ପକାଇ ରଖିଦିଅନ୍ତୁ ସକାଳୁ ଉଠି ଖାଲି ପେଟରେ ଏହାକୁ ସେବନ କରନ୍ତୁ l ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ l

Show More

Related Articles

Back to top button