ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

କୋଭିଡ଼-୧୯ ଓ ଆମ ପରିବେଶ

ଧରାପୃଷ୍ଠରେ ଜୀବଜଗତ ବଂଚିବା ପାଇଁ ଭଲ ପରିବେଶଟିଏ ନିହାତି ଆବଶ୍ୟକ । ଜୀବନ ଧାରଣ କରିବାକୁ ଦରକାର ବାୟୁ, ଜଳ, ଖାଦ୍ୟ, ଆଲୋକ ଓ ଉତ୍ତାପ ଆଦି ଆମେ ଆମ ପରିବେଶରୁ ହିଁ ପାଇଥାଉ ।ତାଲାବନ୍ଦି ପରେପରେ ଆମ ଦେଶର ପରିବେଶ ଅନେକାଂଶରେ ବଦଳି ଯାଇଛି । ପକ୍ଷୀମାନଙ୍କର କଳରବ ଶଦ୍ଦ ଆଗ ଅପେକ୍ଷା ଅଧିକ ଶୁଣିବାକୁ ମିଳୁଛି

ପ୍ରକୃତି ମାଆ ତା’ର ପରିବେଶ ଗନ୍ତାଘରକୁ ଅନାଦି କାଳରୁ ଆମପାଇଁ ଉନ୍ମୁକ୍ତ କରି ରଖିଛି । ଆମର କର୍ତ୍ତବ୍ୟ ହେଲା ଯେତିକି ଦରକାର ଆମେ ସବୁ ସାଧନର ସେତିକି ଉପଯୋଗ କରିବା ଉଚିତ୍ । କିନ୍ତୁ ଆମେ ଏହାର ସଦାସର୍ବଦା ବ୍ୟତିକ୍ରମ କରି ଆସୁଛେ । ଭବିଷ୍ୟତ ପିଢିଙ୍କ ବିଷୟରେ ଚିନ୍ତା ନକରି ମନଇଚ୍ଛା ପ୍ରକୃତିମାଆର ଅନେକ ସାଧନର ଆମ୍ଭେମାନେ ଦୁରୁପଯୋଗ କରିବା ସଙ୍ଗେସଙ୍ଗେ ସେହି ଗନ୍ତାଘର ଦ୍ୱାର ଗୁଡିକୁ ପ୍ରଦୁଷିତ କରୁଛେ । ସେଥିପାଇଁ ବେଳେବେଳେ ପ୍ରକୃତିର ତାଣ୍ଡବ ଆମକୁ ସହ୍ୟ କରିବାକୁ ହେଉଛି ।

ଅଦିନରେ ଲଘୁଚାପ ବର୍ଷା, ଅତିଶୟ ଉତ୍ତାପ, ସୁନାମି, ବତ୍ୟା ଓ ମହାବାତ୍ୟା ଆଦି ପ୍ରକୃତିର ପ୍ରକୋପ ମଝିରେମଝିରେ ମଣିଷର ମେରୁଦଣ୍ଡ ଭାଙ୍ଗି ଦେଉଛି । ଉଦାହରଣ ସ୍ୱରୂପ ତାଳଚେର ସହରର କୋଇଲା ଖଣିକୁ ନିଆଯାଉ । ସେଠାକାର ଖଣି ଅଧିକାରୀମାନେ କୁହନ୍ତି ଯେଉଁଠାରୁ କୋଇଲା ଖୋଳାଯାଉଛି ସାଙ୍ଗେସାଙ୍ଗେ ଆମେ ବାଲି ଭର୍ତ୍ତି କରି ପୋତି ଦେଉଛୁ । ଏହି କଥାର ଯଥାର୍ଥତା କେତେ! ଯଦି ପ୍ରତ୍ୟେହ ଆମେ ଦୁଇ ତିନୋଟି ଚାଳିଶ ଚାଳିଶ ଡବାବାଲା ରେଳଗାଡି ଦ୍ୱାରା କୋଇଲା ତାଲଚେର ସହର ବାହାରକୁ ବୋହି ନେଉଛେ ତେବେ ସେହିମାତ୍ରାର ବାଲି ସେଠିକି ଆସିବା ବି ଦରକାର! କିନ୍ତୁ କାହିଁ ଏମିତି ବାଲି ବୋଝେଇ ରେଳଗାଡି ତ କେବେ କାହାର ଦୃଷ୍ଟି ଗୋଚର ହୋଇନି । ବ୍ରାହ୍ମଣୀନଦୀ ପଠାରୁ ଦୁଇ ଚାରୋଟି ଟ୍ରାକ୍ଟରରେ ବାଲି ବୋହି ଲୋକମାନଙ୍କୁ ସାନ୍ତ୍ୱନା ଦେଇ କହୁଛନ୍ତି ତାଳଚେର ସମ୍ପୂର୍ଣ୍ଣ ସୁରକ୍ଷିତ । ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, କାହାରି ପାଇଁ ଭବିଷ୍ୟତରେ କିଛି ଅସୁବିଧା ହେବନି ।

ଯାହାହେଉ ଜାନୁୟାରୀ ମାସରେ ଆମ ଦେଶର ରାଜଧାନୀ ଦିଲ୍ଲୀର ଲୋକମାନେ ନିଶ୍ୱାସରେ ଅମ୍ଲଜାନ ନେବାକୁ ବଜାରରେ ବିକ୍ରି କରାଯାଉଥିବା ଅମ୍ଲଜାନ ଦୋକାନକୁ ଦୌଡୁଥିଲେ । ମୁଖ୍ୟମନ୍ତ୍ରୀ କେଜରିୱାଲ୍ଙ୍କୁ କ’ଣ ନାହିଁ କ’ଣ ସବୁ ଗାଳିମନ୍ଦ ଶୁଣିବାକୁ ପଡୁଥିଲା । ଶେଷରେ ଅଡ୍-ଇଭିନ୍ ନମ୍ବର ଥିବା ଗାଡି ଦିନେଛଡା ଦିନେ ଚଳାଚଳ କରିବାର ଅନୁମତି ସାହାରାରେ କିଛି ରାହତ ଦେଲା ବେଳକୁ ଆସିଗଲା ମହାମାରୀ କରୋନା । ମହାମାରୀ କରୋନା, ଯାହାକୁ କୋଭିଡ-୧୯ ଭାଇରସ୍ ବୋଲି କହୁଛନ୍ତି, ଏହିପରି ଏକା ଭୂତାଣୁ ପୂର୍ବରୁ ଆଗରୁ ଦୁଇଥର ପୃଥିବୀକୁ ଆସି ସାରିଛି । କିନ୍ତୁ ଏପରି ସାରା ବିଶ୍ୱକୁ ନିଜ ଆୟତ୍ତକୁ ନେଇ ଦଶଲକ୍ଷ ଲୋକଙ୍କୁ କେବେ ବି କୌଣସି ଭୂତାଣୁ ମାରିନଥିଲା । ପ୍ରଥମେ ସାରସ୍ (ଝଇଜଝ-ଝରଙ୍ଖରକ୍ସର ଇମଙ୍କଗ୍ଧର ଜରଗ୍ଦକ୍ଟ୍ରସକ୍ସବଗ୍ଧକ୍ଟକ୍ସଚ୍ଚ ଝଚ୍ଚଦ୍ଭୟକ୍ସକ୍ଟଜ୍ଞର) ୨୦୦୩ରେ ମହାମାରି ରୂପରେ ଆସିଥିଲା ଏବଂ ପରେ ଏମ୍ଇଆର୍ଏସ୍ (ଗଋଜଝଉକ୍ଟଠ-ଗସୟୟକ୍ଷର ଋବଗ୍ଦଗ୍ଧ ଜରଗ୍ଦକ୍ଟ୍ରସକ୍ସବଗ୍ଧକ୍ଟକ୍ସଚ୍ଚ ଝଚ୍ଚଦ୍ଭୟକ୍ସକ୍ଟଜ୍ଞର ଉକ୍ଟକ୍ସକ୍ଟଦ୍ଭବ ଠସକ୍ସଙ୍କଗ୍ଦ ) ନାଁ’ରେ ୨୦୧୨ରେ ଆଉଥରେ ଏପରି ଏକ ଭୂତାଣୁ ଆସିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଗତ ୨୦୧୯ ଡିସେମ୍ବର ୩୧ତାରିଖରେ ଚାଇନା ୟୁହାନ ସହରରେ ଏହି ଆଜିର କରୋନା କେସ୍ ପ୍ରଥମଥର ପାଇଁ ଦେଖା ଯାଇଥିଲା । ପ୍ରାୟ ମାସମାସ ଧରି ଏହାର ପ୍ରକୃତ ଲକ୍ଷଣ ବିଷୟରେ ସଠିକ ଭାବରେ କେହି କିଛି କହି ପାରିଲେନି ।

ଏହାର ନାମ କରଣ – କୋଭିଡ୍ ଭାଇରସ୍ ଡିଜିଜ୍ ୨୦୧୯ କୁ ସଂକ୍ଷେପରେ କୋଭିଡ-୧୯ ବୋଲି ରଖାଯାଇ ଅନୁସଂଦ୍ଧାନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଚାହୁଁଚାହୁଁ କେଇଟା ଦିନରେ ସମଗ୍ର ବିଶ୍ୱରେ ଏହି ଭାଇରସ୍ ନିଜର ଉପସ୍ଥିତି ଜାହିର କରି ଶହଶହ ଲୋକଙ୍କୁ ମାରି ବିଶ୍ୱବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କଲା । ଏବେ ବି ସେହି କ୍ରମ ଉଣା ଅଧିକେ ଜାରି ରହିଛି । ଆଜି ପର୍ଯ୍ୟନ୍ତ, ଅର୍ଥାତ୍ ୨୦୨୦ ଅକ୍ଟୋବର ମାସ ୧୨ତାରିଖ ସୁଦ୍ଧା ସାରା ବିଶ୍ୱର କରୋନା ଆକ୍ରାନ୍ତ ଓ ମୃତର ସରକାରୀ ଆକଳନ ହିସାବରେ ୩୭,୭୫୬,୫୫୮ ଜଣ ଆକ୍ରାନ୍ତ ଥିବା ବେଳେ ୧,୦୮୧,୫୨୮ଜଣ ମୃତୁ୍ୟ ବରଣ କରିସାରିଲେଣି । ଆଜିଦିନରେ ଆମ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୨୦,୫୩୮ ଏବଂ ମୃତକଙ୍କ ସଂଖ୍ୟା ୧,୦୯,୧୮୪ । ଏସବୁ ସରକାରୀ ତଥ୍ୟ, କେତେ ପରିମାଣରେ ବିଶ୍ୱାସ ଯୋଗ୍ୟ ଆପଣମାନେ ସମସ୍ତେ ଜାଣନ୍ତି । ପ୍ରକୃତରେ କହିବାକୁ ଗଲେ ଏପର୍ଯ୍ୟନ୍ତ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦କୋଟି ପାଖାପାଖି ହେବ ଏବଂ ମୃତକଙ୍କ ସଂଖ୍ୟା ୫କୋଟି ଉପରେ ଅନୁମାନ କରାଯାଇପାରେ ।

ଆମର ପରୀକ୍ଷା କରିବାକୁ ସୀମିତ ସମ୍ବଳ ଭିତରେ ଯାହା ପାରିଲେ ସେହି ତଥ୍ୟ ଉପସ୍ଥାପନା କରି କାମଚଳା ସରକାରୀ ପାଳି ତୁଲେବାକୁ ପଡୁଛି । ଆମ ଓଡିଶାରେ ଗତ କିଛି ଦିନ ହେବ ମୃତୁ୍ୟ ସଂଖ୍ୟା ବଢୁଛି, ହେଲେ ଏବେ ନୂଆ ନିୟମାନୁସାରେ ମୃତ ବ୍ୟକ୍ତିର ପରୀକ୍ଷା କରାଯାଉନି । ତେଣୁ ଅନେକ ମୃତୁ୍ୟର କାରଣ କରୋନା ହେଲେ ବି ହୃଦଘାତ କି କିଡ୍ନୀ ନାଁ ରେ ରିପୋର୍ଟ ବାହାରୁଛି । ଏହି କରୋନା ପାଇଁ ନିୟମ ବି ପ୍ରତି ସପ୍ତାହରେ ବଦଳୁଛି । ଗଣମାଧ୍ୟମରୁ ଜଣା ପଡୁଛି କେବଳ ଅପରାଜିତା ଷଡଙ୍ଗୀ, ଏକମାତ୍ର ନେତା ଯିଏ କୋଭିଡ୍ ନିୟମ ମାନୁନାହାନ୍ତି । ବାକି ସବୁ ନେତାମାନେ କ୍ଷୀରଗାଧୁଆ ଧଳା ହାତୀର ଛୁଆଗୁଡା, କେହି କେବେ କୌଣସି ନିୟମ ଉଲ୍ଲଙ୍ଘନ କରୁନାହାନ୍ତି । ପଣ୍ଡିତ ପୁଅ ମାଙ୍କଡ ମାଇଲେ ନିଦେ୍ର୍ଦାଷ ନୀତି କ’ଣ ଏ ଯୁଗରେ ବି ଚାଲିବ! ଜନସାଧାରଣ ଜାଣିପାରିଲା ଭଳି ଅନ୍ୟାୟ କାମଗୁଡାକୁ ନ୍ୟାୟ କହିଲେ ଭଲ ନୁହେଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିଦେ୍ର୍ଦଶକ କୋଭିଡ-୧୯କୁ ୨୦୨୦ମସିହା ମାର୍ଚ୍ଚ ୧୧ତାରିଖରେ ମାହାମାରି ଭୂତାଣୁ ହିସାବରେ ଘୋଷଣା କଲେ । ସେତେବେଳକୁ ଏହା ୧୧୪ଦେଶକୁ ବ୍ୟାପି ସାରିଥିଲା ଏବଂ ୧,୧୮,୦୦୦ଲୋକ ଆକ୍ରାନ୍ତ ହୋଇ ସାରିଥିଲେ । ମୃତୁ୍ୟ ସଂଖ୍ୟାର ଆକଳନ ୪୨୯୧ଥିଲେ ମଧ୍ୟ ଏ’ସଂଖ୍ୟା ଅଜାଣତରେ ବହୁଗୁଣରେ ଅଧିକ ଥାଇପାରେ ବୋଲି ବିଶ୍ୱାସ କରାଯାଏ । ଏମିତି ଏହି ଭାଇରସ୍ ବିଷୟରେ ହୋ’ହଲ୍ଲା ହେଲା ପରେ ଜଣାଗଲା ଚାଇନା ୟୁହାନ ସହରରୁ କେରଳ ଥ୍ରୀସୁର ଆସିଥିବା ଏକ ଛାତ୍ରଠାରେ ଜାନୁୟାରୀ ୩୦ତାରିଖରେ ପ୍ରଥମ ଥର ପାଇଁ ଏହା ଭରତରେ ଦେଖା ଦେଇଥିଲା । ତା’ପରେ ସେହି ୟୁହାନରୁ ଆଉକିଛି ଛାତ୍ର ସିଧା ଚାଇନାରୁ ଏହି ଭୁତାଣୁକୁ ଭାରତ ଆଣିଲେ । ତାପରେ ମୌଲ୍ଲା ଲୋକମାନେ ପରିବ୍ରାଜକ ସାଜି ଦେଶ ସାରା ଏହି ଭୁତାଣୁକୁ ପହଁଚେଇଲେ । ପରେପରେ କେତେ ଜଣ ବିଦେଶଗ୍ରସ୍ତରୁ ଭାରତକୁ ଉଡାଜାହାଜ ଯୋଗେ ପ୍ରତ୍ୟାବର୍ତ୍ତନ ସମୟରେ ସାଥିରେ ଏହି ଭୂତାଣୁର ବାହକ ହେଲେ ।

ଭାରତ ବଡବଡ ସମୃଦ୍ଧଶାଳୀ ଦେଶଗୁଡିକର ସଙ୍କଟାପର୍ଣ୍ଣ ଅବସ୍ଥାକୁ ଦେଖି ଆଶଙ୍କା ପ୍ରକଟ କଲା । ଆମଦେଶରେ ସୀମିତ ସାଧନ ଭିତରେ ଏହି ଭୂତାଣୁକୁ ରୋକିବା ଅସମ୍ଭବ ପରି ଜଣାଗଲା । ଆମେରିକା, ଇଟାଲୀ, ଜର୍ମାନ ଓ ସ୍ପେନ୍ ଭଳି ଦେଶରେ ପ୍ରତି ହଜାର ନାଗରିକ ପିଚ୍ଛା ଚାରିଟି ଶଯ୍ୟାରୁ ଅଧିକ ଥିବାବେଳେ ଆମ ଭାରତରେ ହଜାର ଜଣ ରୋଗୀଙ୍କ ପ୍ରତି ମାତ୍ର ଗୋଟିଏ ଶଯ୍ୟା ଉପଲବ୍ଧ । ସେହି ସବୁ ଦେଶରେ ଏତେ ପରିମାଣରେ ସାଧନ ଥାଇ ବି ହଜାରହଜାର ସଂଖ୍ୟାରେ ପ୍ରତ୍ୟେହ ମୃତୁ୍ୟ ବରଣ କରିବା ଦେଖି ଆମ ଦେଶର ନେତା ଲୋକ ପ୍ରଥମେ ବହୁତ ଛାନିଆଁ ହେଲେ । କିନ୍ତୁ ଭାରତରେ ଅକ୍ରାନ୍ତଙ୍କ ଭିତରୁ ସୁସ୍ଥ ହେବା ସଂଖ୍ୟା ୪୧.୩୯ ପ୍ରତିଶତ ଥିବା ବେଳେ ତାହା ଇଟାଲୀରେ ୧୬.୯୧ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ମାତ୍ର ୩.୧୭ ପ୍ରତିଶତ ରହିଛି । ଦୁର୍ଭାଗ୍ୟବଶତଃ ଏ’ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ କୋଭିଡ-୧୯ର ପ୍ରତିଶେଧକ ଟୀକା ଉଦ୍ଭାଭନ କରିବା ଦିଗରେ ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିପାରିନାହାନ୍ତି । ଏବେ ବି ହଜାରହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ତ୍ୟାଗ କରୁଛନ୍ତି ଏବଂ କିଛିଲୋକ ସୁସ୍ଥ ହେବାର କିଛିଦିନ ପରେ ଫୁସ୍ଫୁସ୍ ଏବଂ ହୃଦରୋଗରେ ପିଡିତ ହୋଇ ମୃତୁ୍ୟ ହେବା ଉଦାହରଣ ଏବେ ସମ୍ନାକୁ ଆସୁଛି ।
ବିଗତ ଦୁଇଦଶନ୍ଧିରେ ଭାରତ କଳକାରଖାନା ଦିଗରେ ବିଶେଷ ଭାବରେ ଉନ୍ନତି କରିବାକୁ ଯାଇ ନିଜର ବାୟୁ ମଣ୍ଡଳକୁ ଅତ୍ୟଧିକ ଦୁଷିତ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୮ ମସିହା ମଇ ମାସ ୨ତାରିଖରେ କହିଥିଲେ ଯେ ବିଶ୍ୱରେ ପଦୁଷିତ ବାୟୁ ନିଶ୍ୱାସରେ ଗ୍ରହଣ କରିବା ଯୋଗୁଁ ପ୍ରତିବର୍ଷ ୭୦ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି । ଭାରତର ପରିବେଶ ନିୟନ୍ତ୍ରଣ ବିଭାଗ ଘୋଷଣା କଲେ ଯେ ଦେଶର ସମୁଦାୟ ମୃତୁ୍ୟସଂଖ୍ୟାର ୧୨.୫ ପ୍ରତିଶତ ମୃତୁ୍ୟ କେବଳ ବାୟୁ ପ୍ରଦୁଷଣ ଜନିତ ରୋଗରୁ ଆମଦେଶରେ ପ୍ରତିବର୍ଷ ହେଉଛି । ଭାରତର ପରିବେଶ ଦିନୁଦିନ ବହୁତ ଖରାପ ହେବାକୁ ଯାଉଛି ଏବଂ ନିକଟ ଭବିଷ୍ୟତରେ ଏହାର ଭୟାବହ ପରିଣାମ ଭୋଗିବାକୁ ଦେଶ ପ୍ରସ୍ତୁତ ରହୁ ।

ଏହି ସମସ୍ତ ବିଷୟକୁ ଆଖି ଆଗରେ ରଖି ଆମର ମାନନୀୟ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୨୪ରୁ ୨୧ଦିନ ପର୍ଯ୍ୟନ୍ତ ବହୁତ ତରବରିଆ ଭାବରେ ନିଜେ ସିଧା ପ୍ରସାରଣ ମାଧ୍ୟମରେ “ଜାନ୍ ହେଁ ତୋ ଜହାନ ହେଁ” କହିକି ସମ୍ପୂର୍ଣ୍ଣ ତାଲାବନ୍ଦି ଘୋଷଣା କରିଦେଲେ । ତା’ପରେ ସ୍ଥିତିରେ ପରିବର୍ତ୍ତନ ନଦେଖି ଏହା ଅପ୍ରେଲ ୧୪, ଅର୍ଥାତ୍ ୧୯ଦିନ ପର୍ଯ୍ୟନ୍ତ ବଢିଲା । ପରେ ପୁଣି ମଇ ୧୭ତାରିଖ, ମାନେ ଆଉରି ୧୪ଦିନ ପାଇଁ ବଢେଇଲେ । ଏହିସବୁ ଦିନମାନଙ୍କରେ ଦେଶବାସୀଙ୍କ ଚଳପ୍ରଚଳ ଉପରେ ବହୁତ କଷ୍ଟ କଟକଣା ଲାଗିଲା ।

ସବୁ ଗାଡିଘୋଡା ବନ୍ଦ, କଳ କାରଖାନା ବନ୍ଦ, ବସ ଓ ରେଳ ଚଳାଚଳ ବି ବନ୍ଦ । ଆଗରୁ ଏପରି କୌଣସି ଦେଶରେ କେବେ ବି ହୋଇ ନଥିଲା । ଭାରତରେ ଅଧିକନ୍ତୁ ସଭା ସମିତି, ବିବାହ ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ କଠିନ କଟକଣା ଲାଗିଗଲା । ଯେଉଁଠାରେ ଏଥିରେ ବ୍ୟତିକ୍ରମ ଦେଖାଗଲା, ସରକାରୀ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଖିଦୃଷ୍ଟିଆ ଆର୍ଥିକ ଦଣ୍ଡବିଧାନ କଲେ । ଏଥିପାଇଁ ପ୍ରକୃତି ମାଆ ଶାନ୍ତ ହେବାକୁ ଭରପୁର ସମୟ ପାଇଲା, ଧୂଳିକଣା ସ୍ତର ଧିରେଧିରେ ତଳକୁ ଖସିଲା, ବାୟୁ ପ୍ରଦୁଷଣ ଆପେଆପେ ଉଭେଇବାକୁ ଲାଗିଲା ।

ଏବେ ଆମ ପରିବେଶ ଅପେକ୍ଷାକୃତ ଭାବରେ ବହୁତ ଉନ୍ନତ ଅବସ୍ଥାରେ ଅଛି । ତାଲାବନ୍ଦିର ୧୮ଦିନ ଭିତରେ ଏହା ସ୍ୱୀକାର୍ଯ୍ୟ ମୂଲ୍ୟସୂଚୀ ସୀମା ଭିତରକୁ ଆପେଆପେ ଆସି ଯାଇଥିଲା । ଆମଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ସବୁଠାରୁ ଦୟନୀୟ ଥିଲା । ପ୍ରକୃତରେ ବିଶ୍ୱର ସବୁଠାରୁ ଅଧିକ ୨୦ଟି ପ୍ରଦୁଷିତ ସହରରୁ ଭାରତରେ ୧୪ଟି ଏବଂ ଭାରତର ସବୁଠାରୁ ୧୪ଟି ଅତ୍ୟଧିକ ପ୍ରଦୁଷିତ ସହରମାନଙ୍କ ଭିତରେ ଦିଲ୍ଲୀ ପାଖରେ ଥିବା ଉତ୍ତରପ୍ରଦେଶର ଗାଜିୟାବାଦ୍ ହେଲା ପ୍ରଥମ । ଏଠାରେ ୨୦୧୯ ଶେଷ ସୁଦ୍ଧା ଧୂଳିକଣା ୧୧୦.୨ ଥିଲା ଯାହାର ସ୍ୱୀକାର୍ଯ୍ୟ ସୀମା ହେଲା ୬୦.୦ । ସମ୍ପୂର୍ଣ୍ଣ ତାଲାବନ୍ଦିର ମାତ୍ର ୨୦ଦିନ ଭିତରେ ଏହା ୬୯.୫କୁ ଖସି ଆସିଥିଲା ।

ଏହି ମହାମାରୀ ଆମଗହଣରୁ ଅନେକ ମୂଲ୍ୟବାନ ଜୀବନକୁ ଆମଠାରୁ ଛଡେଇ ନେଲା ସତ କିନ୍ତୁ ପ୍ରତିବଦଳରେ ଯେଉଁ ସ୍ୱଚ୍ଛ ପରିବେଶ ଆଜି ଦେଇଛି ତା’କୁ ସବୁଦିନ ପାଇଁ ବଂଚେଇ ରଖିବା ଆମର କର୍ତ୍ତବ୍ୟ । ଏବେ ଯେ ପର୍ଯ୍ୟନ୍ତ କରୋନା ଭୂତାଣୁର ପ୍ରତିଶେଧକ ଟୀକା ନ ବାହାରିଛି ସେ ପର୍ଯ୍ୟନ୍ତ ଆମକୁ ସାମାଜିକ ଦୂରତା, ମୁହଁରେ ମାସ୍କ ପିନ୍ଧି ଏବଂ ବାରମ୍ବାର ହାତଧୋଇ ସତର୍କ ରହିବାକୁ ହେବ । ତା’ସହିତ ଏହି ତାଲାବନ୍ଦି ସମସୟରେ ଆମେ ମାନେ ବହୁ ହଇରାଣ ହରକତ ହୋଇ ନିଜେନିଜେ ନିଜଘରେ ବନ୍ଦୀର ଜୀବନ ଯାପନ କରିବା ଦ୍ୱାରା ଯେଉଁ ପରିବେଶ ସୃଷ୍ଟି ହୋଇଛି, ତା’ର ରକ୍ଷଣାବେକ୍ଷଣା ଦିଗରେ ମାନସ ମନ୍ଥନ କରିବା ଅନିବାର୍ଯ୍ୟ ଏବଂ ପ୍ରକୃତିମାତାର ଏହି ସ୍ୱଚ୍ଛାତାକୁ ବଜାୟ ରଖି ଏହାର ସମ୍ପୂର୍ଣ୍ଣ ସଂରକ୍ଷଣ ଦାୟିତ୍ୱ ନିଜ ହାତକୁ ନେବା ଆମ ସମସ୍ତ ଜାଗରୁକ ନାଗରିକଙ୍କର ଏକାନ୍ତ କର୍ତ୍ତବ୍ୟ । କନ୍ଧମାଳ ଜଙ୍ଗଳରେ ନାହାକା ଶୁଆ ଚିହ୍ନଟ ହେବା ବେଳେ ମୟୁରଭଞ୍ଜ ଶିମିଳିପାଳରେ ଲୋକେ ଶଙ୍ଖଚିଲ ଉଡିବା କଥା ଦେଖିବାକୁ ଲାଗିଲେଣି ।

Show More

Related Articles

Back to top button