ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଉପକାରିତା

ଅଣ୍ଡାକୁ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷ ହିତକର l ବିଶେଷଜ୍ଞ ମାନଙ୍କ ମତରେ ଅଣ୍ଡାରେ ପ୍ରୋଟିନ ,ଆଇରନ ,ଆମିନୋଏସିଡ,ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି l ସେଥିପାଇଁ ଅଣ୍ଡାକୁ ଖାଦ୍ୟ ଭାବରେ ଗ୍ରହଣ କରିବାକୁ କୁହାଯାଇଛି

ଆମେରିକାର ଜଣେ ପ୍ରଫେସର କ୍ରୀସ୍ତଫର ବାଲେସୋ କହିଛନ୍ତି ଯେ ଦୁଇଟି ଅଣ୍ଡାରେ ୧୨ ଗ୍ରାମ ପ୍ରୋଟିନ ବ୍ୟତୀତ ଭିଟାମିନ-ଏ ,ଡି ,ବି ଓ ଆୟୋଡିନ ରହିଥାଏ l ଅଣ୍ଡା ଖାଇବା ଦ୍ୱାରା ଭିଟାମିନକୁ ଗ୍ରହଣ କରିବାର କ୍ଷମତା ବଢ଼ିଯାଇଥାଏ l ଏକ ଗବେଷଣାରେ ଜଣ ପଡିଛି ଯେ ପନିପରିବା କିମ୍ବା ସାଲାଡ଼ ସହିତ ଗୋଟିଏ ଅଣ୍ଡା ମିଶାଇ ଖାଇଲେ ଖାଦ୍ୟରେ ଥିବା ଭିଟାମିନ-ଇ ମାତ୍ର ବଢ଼ିଯାଇଥାଏ l

* ସକାଳ ଜଳଖିଆରେ ଅଣ୍ଡାର ବ୍ୟବହାର କରନ୍ତୁ-ଅଣ୍ଡାର ବ୍ୟବହାର କରିବା ଦ୍ୱାରା ବାର୍ଦ୍ଧକ୍ୟ ଛାପ ଚେହେରା ଉପରେ ଶୀଘ୍ର ପଡି ନଥାଏ l ଅଣ୍ଡା ତ୍ୱଚା ଓ ଆଖିର ଚାରି ପାଖରେ ପଡୁଥିବା କୁଞ୍ଚିତ ଅଂଶକୁ କମ କରିଥାଏ l

* ହାଡ ପାଇଁ ଲାଭ ଦାୟକ- ଭିଟାମିନ-ଡିରେ ଭରପୁର ଗୋଟିଏ ଅଣ୍ଡାରେ ୨୦ ମିଲିଗ୍ରାମ ଫସଫରସ ଓ ୪୫ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ l ଏହା ହାଡ ଓ ଦାନ୍ତକୁ ମଝବୁତ କରିଥାଏ l ଅନ୍ୟ ପକ୍ଷରେ ଭିଟାମିନ-ଡି କାରଣରୁ ଅଣ୍ଡାରେ ଥିବା କ୍ୟାଲସିୟମ ଶରୀରକୁ ଫୁର୍ତି କରିବା ସହିତ ହାଡ଼କୁ ମଝବୁତ କରେ l

* ଦୃଷ୍ଟି ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରେ -ଗୋଟିଏ ଗବେଷଣାରୁ ଜଣ ପଡିଛି ଯେ ଅଣ୍ଡାରେ ଲିୟୁଟିନ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ମିଳିଥାଏ l ଏହା ଆଖିର ଦୃଷ୍ଟି ଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l ଲିୟୁଟିନର କମି କାରଣରୁ ଚକ୍ଷୁର ଟିସୁ ଦୁର୍ବଳ ହେବାକୁ ଲାଗିଥାଏ l

* ତ୍ୱଚା ଓ କେଶ ପାଇଁ ଅଣ୍ଡା ହିତକର -ସୁପର ଫୁଡ ଅଣ୍ଡାରେ ଭିଟାମିନ-ବି ଓ ପ୍ରୋଟିନ ରହିଥାଏ ଯାହା କେଶ ଓ ତ୍ୱଚାକୁ ଉନ୍ନତ କରିବାର ଭୂମିକା ଗ୍ରହଣ କରେ l

* ଅଣ୍ଡା ହୃଦରୋଗର ବିପଦକୁ କମ କରିଥାଏ -ଅଣ୍ଡାର ବ୍ୟବହାର ସମ୍ବଧୀୟ ଅନେକ ଭ୍ରାନ୍ତ ଧାରଣା ଶୁଣିବାକୁ ମିଳିଥାଏ l କିନ୍ତୁ ଗୋଟିଏ ଗବେଷଣାରୁ ଜଣl ପଡିଛି ଯେ ଅଣ୍ଡାରେ ଥିବା କୋଲେଷ୍ଟ୍ରଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ l ସେଥିରେ ଥିବା ଉମେଗା-୩ ଫ୍ୟାଟି ଏସିଡକୁ କମ କରିଥାଏ l ତେଣୁ ଅଣ୍ଡା ଦ୍ୱାରା ହୃଦଗତ ଜନିତ ସମସ୍ୟା ହୋଇନଥାଏ l

ଅଣ୍ଡା ରୋଷେଇ କରିବା ପାଇଁ ଅଧିକାଂଶ ଉପାୟ ରହିଛି l ଆପଣ ଚାହିଁଲେ ଏହାକୁ ଅଧିକ ସିଝାଇ ,କମ ସିଝାଇ ,ଅମେଲେଟ କରି କିମ୍ବା ତରକାରୀ କରି ସେବନ କରି ପାରିବେ l ଅଣ୍ଡାକୁ ସବୁବେଳେ କେଶର ସସହିତ ସମ୍ପୂର୍ଣ୍ଣ ଖାଇବା ଆବଶ୍ୟକ l ସମ୍ପୂର୍ଣ୍ଣ ଅଣ୍ଡାଟି ଖାଇଲେ ଉପଯୁକ୍ତ ଲାଭ ମିଳିବ l

Show More

Related Articles

Back to top button