Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା । ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ ହୋଇଛି । ସାତପଡା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ କରୁଛନ୍ତି ଗଣନା ।

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା । ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ) ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ ହୋଇଛି । ସାତପଡା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ କରୁଛନ୍ତି ଗଣନା । ସିଡିଏର ଏକ ୧୮ ଜଣିଆ ଟିମ ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଚାଲିଛି । ଏହି ଗଣନା ଓ ସର୍ଭେ ସମୟରେ ଚିଲିକା ମଧ୍ୟରେ ମତ୍ସଜୀବିଙ୍କ ଡଙ୍ଗା ଓ ଯାତ୍ରୀବାହୀ ଡଙ୍ଗା ଚଲାଚଳ ବନ୍ଦ ରଖିବା ପାଇଁ ସିଡିଏ ପକ୍ଷରୁ ବିଭିନ୍ନ ଡଙ୍ଗା ଆସୋସିଏସନକୁ ଅନୁରୋଧ କରାଯାଇଛି ।

ଚିଲିକା ଡେଭଲଅପମେଣ୍ଟ ଅଥରିଟି ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ୧୫ ତାରିଖ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚଳାଚଳ ବନ୍ଦ ରହିବ । ଜିପିଏସ ଟ୍ରାକରେ ବାଇନକୁଲାର ସାହାଯ୍ୟରେ ଏମାନେ ଚିଲିକାରେ ଥିବା ଛୋଟଛୋଟ ଗ୍ଲୁମ ଘାସ, ଉଦ୍ଭିଦ, ଜଳଚର ପ୍ରାଣୀ, ବିଦେଶୀ ପକ୍ଷୀ ଏବଂ ଡଲଫିନ୍ ଇତ୍ୟାଦିର ଗଣନା ଓ ତା ସହିତ ସେ ସଂପର୍କରେ ଗବେଷଣା କରାଯିବ ।

Show More

Related Articles

Back to top button