Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାକୁ ପୁଣି ଫେରିବ ଶୀତ

ଓଡିଶାରେ ପୁଣି ଅନୁଭୂତ ହେବ ଶୀତ । ଉତ୍ତର ପଶ୍ଚିବ ଦିଗରୁ ଓଡିଶାକୁ ଆସୁଥିବା ଥଣ୍ଡା ପବନ ପ୍ରଭାବରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘନ କୁହୁଡି ସାଙ୍ଗକୁ ଶୀତରେ ଥରିବ ଆଭ୍ୟନ୍ତରୀଣ ଓଡିଶା । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବ ।

ବିଶେଷକରି ସୁନ୍ଦରଗଡ ଓ ଝାରସୁଗୁଡାରେ ଦୁଇ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ବା କୋଲ୍ଡ ୱେଭ୍ ସର୍ତକତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଦୁଇ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବ । ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ଶୀତ ବଢିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଭୁବନେଶ୍ୱରରେ ଆକାଶ ମେଘ ମୁକ୍ତ ରହିବା ସହ କୁହୁଡି ଦେଖାଦେବ । ଉପକୂଳ ଓଡିଶାରେ ଏବେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥିବା ବେଳେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ କମିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ ଏବଂ କନ୍ଧମାଳରେ ଘନ କୁହୁଡି ଦୃଶ୍ୟମାନ ହେବା

Show More

Related Articles

Back to top button