Breaking PLUSଦେଶ ବିଦେଶମୁଖ୍ୟ ଖବର

ଚାଷୀ ଅନ୍ଦୋଳନକୁ ସମର୍ଥନ କରି ଆଜି ଦେଶବ୍ୟାପି ରାଜଭବନ ଘେରାଉ କରିବ କଂଗ୍ରେସ

ତିନି କୃଷି ସଂଶୋଧନ ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି କଂଗ୍ରେସ ପାର୍ଟି ଦେଶବ୍ୟାପୀ ପ୍ରଦର୍ଶନ କରିବାକୁ ଯାଉଛି । କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଏଲଜି ହାଉସ ପର୍ଯ୍ୟନ୍ତ ପଦଯାତ୍ରା କରିବେ । ସାଥୀରେ ଦଳର ବରିଷ୍ଠ ନେତା ଓ କର୍ମୀ ରହିବେ । ଏ ନେଇ ପ୍ରଶାସନ ସତର୍କ ରହିଛି ।

କଂଗ୍ରେସ ପାର୍ଟି ଆଜି ଚାଷୀ ଅଧିକାର ଦିବସ ପାଳନ କରୁଛି ଏବଂ ସମସ୍ତ ରାଜ୍ୟ ଶାଖାକୁ ରାଜ୍ୟରେ ଥିବା ରାଜଭବନ ଘେରାଉ କରିବାକୁ କହିଛି । ପାର୍ଟିର ଜଣେ ପଦାଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ସମସ୍ତ ରାଜ୍ୟ ଶାଖାକୁ ରାଜଭବନ ଓ କେନ୍ଦ୍ରଶାସିତ ଅଂଚଳରେ ଏଲଜି ହାଉସ ଘେରାଉ କରିବାକୁ ନିର୍ଦ୍ଦେଶ ଦେଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତା ଦିଲ୍ଲୀରେ ରାଜଭବନ ଘେରାଉ କରିବେ । ସେ କହିଛନ୍ତି ଯେ, ପାର୍ଟି କର୍ମୀମାନଙ୍କୁ ଚନ୍ଦଗୀ ରାମ ଆଖଡାରେ ଏକାଠି ହେବାକୁ କୁହାଯାଇଛି । ରାହୁଲଙ୍କ ନେତୃତ୍ୱରେ ଏଠାରୁ ଏଲଜି ହାଉସ ପର୍ଯ୍ୟନ୍ତ ପଦଯାତ୍ରା ହେବ । କେନ୍ଦ୍ର ସରକାରଙ୍କୁ ଏହି ଆଇନ ବାତିଲ କରିବାକୁ ଦାବି କରିବ କଂଗ୍ରେସ ।

Show More

Related Articles

Back to top button