Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 15,590 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ କୋଭିଡ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫, ୫୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୦୫ ଲକ୍ଷ ୨୭ ହଜାର ୬୮୩କୁ ବୃଦ୍ଧି ପାଇଛି

ଦେଶରେ କୋଭିଡ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫, ୫୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୦୫ ଲକ୍ଷ ୨୭ ହଜାର ୬୮୩କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୧୩ ହଜାର ୦୨୭ ରହିଛି । ସକ୍ରିୟ ସଂକ୍ରମିତଙ୍କ ହାର ୨.୦୨% ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯୧ଜଣ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୧ହଜାର ୯୧୮କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ୟୁହାର ୧.୪୪% ରହିଛି। ଯାହାକି ବିଶ୍ବରେ ସବୁଠାରୁ କମ୍। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫, ୯୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୦୧ଲକ୍ଷ ୬୨ ହଜାର ୭୩୮କୁ ବୃଦ୍ଧି ପାଇଛି । ଦେଶରେ କରୋନା ଆରୋଗ୍ୟ ହାର ୯୬.୫୩% ରହିଛି।

Show More

Related Articles

Back to top button