ଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ଉପହାର, ସମସ୍ତଙ୍କୁ ଶାଲ୍ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ହବିଷ୍ୟାଳିମାନଙ୍କୁ ରାଜ୍ୟ ସରକାର ଅଭିନବ ଉପହାର ଦେଇଛନ୍ତି । ହବିଷ୍ୟାଳି ମା’ ମାନେ ପୁରୀରେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ।  ସମସ୍ତ ହବିଷ୍ୟାଳିଙ୍କ ପାଇଁ ପୁରୀରେ ରହିବାର ସୁବନ୍ଦୋବସ୍ତ କରିଥିବା ରାଜ୍ୟ ସରକାର ଏବେ ପୁଣି ପ୍ରତ୍ୟକ ହବିଷ୍ୟାଳିଙ୍କୁ ଶାଲ୍ ପ୍ରଦାନ କରାଯାଇଛି । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଭହିଷ୍ୟାଳି । ପୁରୀ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ହବିଷ୍ୟାଳୀଙ୍କୁ ଶାଲ୍ ବଣ୍ଟାଯାଉଛି ।ଏହି ଅବସରରେ ହବିଷ୍ୟାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଗୀତ ବୋଲିଛନ୍ତି । ମୁଖ୍ୟମନ୍ତ୍ରୀ ମାଆ ମାନଙ୍କର ମନର କଥାକୁ ବୁଝୁଥିବାରୁ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଚୀରକାଳ ସୁଖ ଓ ଆନନ୍ଦର ସହ ରାଜ୍ୟର ନେତୃତ୍ୱ ନିଅନ୍ତୁ ବୋଲି ଆଶିଷ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ବଜେଟରେ ହବିଷ୍ୟାଳୀଙ୍କ ରହିବା ନିମନ୍ତେ ବୃନ୍ଦାବତୀ ନିବାସ ସ୍ଥାପନା କରିଛନ୍ତି । ସମସ୍ତ ପ୍ରକାର ରହିବା ବ୍ୟବସ୍ଥା ଏଠାରେ କରାଯାଇଛି । ହବିଷ୍ୟାଳିଙ୍କୁ ଖାଦ୍ୟ ପ୍ରଦାନ ମଧ୍ୟ କରାଯାଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାଲ୍ ବଣ୍ଟନ କରାଯାଉଥିବାରୁ ବେଶ ଖୁସି ଅଛନ୍ତି ହବିଷ୍ୟାଳି ।

Show More

Related Articles

Back to top button