Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର-‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯ ହଜାର ୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବ।

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫ ହଜାର ୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତି। ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪ ହଜାର ୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪ ହଜାର ୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି। ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦ ହଜାର ୨୩ଟି ବିଦ୍ୟାଳୟ ଆବେଦନ କରିଥିବା ବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮ ହଜାର ୪୫୪ ଜଣ ଆବେଦନ କରିଛନ୍ତି। ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦ ହଜାର ୯୯୯ ଜଣ ଶିକ୍ଷକ ଆବେଦନ କରିଛନ୍ତି। ସେହିପରି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୩ ହଜାର ୫୯୫ଟି କମିଟି ଆବେଦନ କରିଛନ୍ତି। ଏହି ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି।

Show More

Related Articles

Back to top button