Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡ୍

ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ହୋଇଥିବା ସଂସ୍ଥା ମଧ୍ୟରେ ବୌଦ୍ଧ, ଟିଟିଲାଗଡ଼, ଖୋର୍ଦ୍ଧା, ଭୁବନେଶ୍ୱର, ବଲାଙ୍ଗୀରର ଏକାଧିକ ମଦ ପ୍ରସ୍ତୁତକାରୀ କମ୍ପାନୀ ଏବଂ ବ୍ୟବସାୟୀ ଆଦି ରହିଛନ୍ତି। ଆୟକର ବିଭାଗର ୫ଟି ଗାଡ଼ିରେ ଯାଇଥିବା ଏକ ଟିମ୍‌ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡର ରାମ୍ଭିକଟାସ୍ଥିତ କାରଖାନା ଓ କାର୍ଯ୍ୟାଳୟରେ ଭୋର ସମୟରୁ ଚଢ଼ାଉ କରି ଯାଞ୍ଚ ଜାରି ରଖିଛନ୍ତି। ଏହି ଚଢ଼ାଉରେ ଆୟକର ବିଭାଗର ୨୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି।

ଆୟକର ବିଭାଗ ପକ୍ଷରୁ ଉତ୍ପାଦନ ଏବଂ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ସେହିପରି କମ୍ପାନୀର ପଳାଶପଲ୍ଲୀସ୍ଥିତ କର୍ପୋରେଟ୍‌ ଅଫିସ ଏବଂ କେତେଜଣ ଅଧିକାରୀଙ୍କ ଘରେ ଚଢ଼ାଉ ହୋଇଛି। ଏହି କମ୍ପାନୀ ସହ ଲିଙ୍କ୍‌ ଥିବା ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ଜଣେ ବ୍ୟବସାୟୀଙ୍କ ରାଣୀସତୀ ରାଇସ୍‌ ମିଲ୍‌, ତାଙ୍କ ବାସଭବନ ଏବଂ ଅନ୍ୟସ୍ଥାନରେ ମଧ୍ୟ ଏହି ଆୟକର ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଏପରିକି ସଂସ୍ଥାର ଏକାଧିକ ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଅନ୍ୟପକ୍ଷରେ ବଲାଙ୍ଗୀର ଓ ଟିଟିଲାଗଡ଼ରେ ମଧ୍ୟ ଏକାଧିକ ମଦ୍ୟ ବ୍ୟବସାୟୀଙ୍କ ପାଖରେ ପହଞ୍ଚତ୍ ଆୟକର ଟିମ୍‌ ପଚରାଉଚରା କରୁଛି। ମଦ ବ୍ୟବସାୟୀ ସଞ୍ଜୟ ଓ ଦୀପକଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ଜଣିଆ ଟିମ୍‌ ଚଢ଼ାଉ କରିଛି। ତେବେ ବଡ଼କଥା ହେଲା ଏହି ଲିଙ୍କ୍‌ରେ ଆୟକର ଟିମ୍‌ କଲିକତା ଏବଂ ରାଞ୍ଚତ୍ସ୍ଥିତ ଅଫିସ୍‌ ଓ ଅଧିକାରୀଙ୍କ ଘରେ ମଧ୍ୟ ଯାଞ୍ଚ ଜାରି ରଖିଛି। ଏନେଇ ଆୟକର ବିଭାଗ ପକ୍ଷରୁ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ। ଖବର ଲେଖାହେବା ପର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବାବଳେ ଗୁରୁବାର କିମ୍ବା ଶୁକ୍ରବାର ଏନେଇ ଏଜେନ୍ସି ପକ୍ଷରୁ ରିପୋର୍ଟ ଦିଆଯିବ ବୋଲି ସୂଚନା ମିଳିଛି।

Show More

Related Articles

Back to top button