ଖେଳ

ଆଇପିଏଲ ଟକ୍କର : ମୁହାଁମୁହିଁ ହେବେ ଚେନ୍ନାଇ ଏବଂ ରାଜସ୍ଥାନ

ଆଜି ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଖେଳିବ ରାଜସ୍ଥାନ ରୟାଲସ୍ । ତେବେ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ । ଆଉ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ଚେନ୍ନାଇ । ଏହି ମ୍ୟାଚ୍ ରାଜସ୍ଥାନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକି ନାଁ ଏହି ମ୍ୟାଚରେ ପରାଜୟ ବରଣ କଲେ ଦଳର ପ୍ଲେ-ଅଫ୍ ଦୌଡ ସଂଘର୍ଷପୂର୍ଣ୍ଣ ହୋଇପାରେ । ତେବେ ସିଏସକେ କିନ୍ତୁ ଏବେ ସୁଦ୍ଧା ୧୮ ପଏଣ୍ଟ ସହ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି । ତେଣୁ ଧୋନୀ ବାହିନୀକୁ ଆଜି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ କିଭଳି ଟକ୍କର ଦେଉଛି ତାହା ଦେଖିବାକୁ ବାକି ରହିଲା।

ଦୁଇ ଦଳ ଏଯାବତ ୨୪ଟି ମ୍ୟାଚରେ ମୁହାଁମୁହିଁ ହୋଇସାରିଛନ୍ତି । ଏହା ଭିତରେ ଚେନ୍ନାଇ ୧୫ଟି ମ୍ୟାରେ ବିଜୟୀ ହୋଇଥିବାବେଳେ, ରାଜସ୍ଥାନ ୯ଟି ମ୍ୟାଚରେ ବିଜୟୀ ହୋଇଛି । ତେଣୁ ଏହି ମ୍ୟାଚରେ ଚେନ୍ନାଇ ପଲ୍ଲା ଭାରି ରହିଛି । ହେଲେ ଚେନ୍ନାଇକୁ ଚେକ୍ ଦେଇ ରାଜସ୍ଥାନ ପ୍ଲେ-ଅଫ୍ ଦୌଡରେ ରହିବାକୁ ଆଜି ଚେଷ୍ଟା କରିବ ।

Show More

Related Articles

Back to top button