Breaking PLUSଦେଶମୁଖ୍ୟ ଖବରରାଜନୀତି

ଉବୁଟୁବୁ ଚେନ୍ନାଇ ବିମାନ ବନ୍ଦର

ଚେନ୍ନାଇ, 4 ଡିସେମ୍ବର – ବାତ୍ୟା ମିଚୌଙ୍ଗ କାରଣରୁ ଚେନ୍ନାଇରେ ପ୍ରବଳ ବର୍ଷା ଲାଗିରହିଛି । ଲଗାଣ ବର୍ଷାରେ ଚେନ୍ନାଇ ଏୟାରପୋର୍ଟ ଜଳମଗ୍ନ ହୋଇଛି । ଫଳରେ ଏୟାରପୋର୍ଟରେ ବିମାନ ଉଡାଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏୟାରପୋର୍ଟରେ ରାତି 11ଟା ଯାଏ ଉଡାଣ ବାତିଲ କରାଯାଇଥିବା ବେଳେ କିଛି ବିମାନର ଉଡାଣ ମାର୍ଗ ପରିବର୍ତ୍ତିତ କରାଯାଇଛି ।
ଚେନ୍ନାଇ ଏୟାରପୋର୍ଟର ଅଧିକାରୀଙ୍କ ସୂଚନା ମୁତାବକ ସକାଳ9.17ରୁ ରାତି 11ଟାଏ ଯାଏ ବିମାନ ବାତିଲ କରାଯାଇଛି । ସେହିପରି ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ 11ଟି ଉଡାଣକୁ କେମ୍ପେଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟକୁ ପରିବର୍ତ୍ତନ କରାଯାଇଛି ।

Show More

Related Articles

Back to top button