Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାଣୀ

ଭୁବନେଶ୍ୱର, 4 ଡିସେମ୍ବର – ଲାଞ୍ଚ ନେଇ ଧରାପଡିଲେ ବରିଷ୍ଠ କିରାଣୀ । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ 10ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ।
ନିତ୍ୟାନନ୍ଦଙ୍କ ଠାରୁ ଏହି ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଜାଲରେ ଫସିବା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିତ୍ୟାନନ୍ଦଙ୍କର ଅନୁଗୁଳରେ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

Show More

Related Articles

Back to top button