Breaking PLUSଦେଶମୁଖ୍ୟ ଖବରରାଜନୀତି

ସୁଶାସନରେ କ୍ଷମତା ବିରୋଧୀ ଶବ୍ଦ ଅପ୍ରାସଙ୍ଗିକ ହୋଇଥାଏ- ପିଏମ ମୋଦି

ନୂଆଦିଲ୍ଲୀ, 4 ଡିସେମ୍ବର – ତିନୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟକୁ ନେଇ ଖୁସି କରି ପିଏମ ମୋଦି କହିଛନ୍ତି ନକରାତ୍ମକତାକୁ ପ୍ରତ୍ୟାଖ୍ୟାନ କରିଛି ଦେଶ । ସେ କହିଛନ୍ତି ଯେ, ଯେତେବେଳେ ସୁଶାସନ ଥାଏ, ସେତେବେଳେ କ୍ଷମତା ବିରୋଧୀ ଶବ୍ଦ ଅପ୍ରାସଙ୍ଗିକ ହୋଇଯାଏ ।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ମୁଁ ବର୍ତ୍ତମାନର ନିର୍ବାଚନ ଫଳାଫଳ ଆଧାରରେ କହିବି, ତେବେ ଏହା ବିରୋଧୀ ଆସନରେ ବସିଥିବା ସାଥୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ । ଏହି ଅଧିବେଶନରେ ପରାଜୟର ରାଗ ବାହାର କରିବା ପାଇଁ ଯୋଜନା କରିବା ବଦଳରେ ଏହି ପରାଜୟରୁ ଶିକ୍ଷା ଗ୍ରହଣ କରି ଗତ 9ବର୍ଷ ମଧ୍ୟରେ ନକାରାତ୍ମକତାର ପ୍ରବୃତ୍ତି ଛାଡି ଏହି ଅଧିବେଶନରେ ସକରାତ୍ମକତା ସହିତ ଆଗକୁ ବଢିଲେ, ସେମାନଙ୍କ ପ୍ରତି ଦେଶର ଦୃଷ୍ଟିକୋଣ ବଦଳିବ ବୋଲି ପିଏମ ମୋଦି କହିଛନ୍ତି ।
ପିଏମ ମୋଦି କହିଛନ୍ତି, କାଲି ରାଜ୍ୟଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି । ଯାହାକି ବହୁତ ଉତ୍ସାହଜନକ । ଏହା ସେମାନଙ୍କ ପାଇଁ ଉତ୍ସାହଜନକ ଯେଉଁମାନେ ଦେଶର ମାନବ କଲ୍ୟାଣ ପାଇଁ ଦେଶର ଉଜ୍ଜଳ ଭବିଷ୍ୟତ ପାଇଁ ସମର୍ପିତ । ସେ କହିଛନ୍ତି ଯେ, ଯିଏ ସବୁ ସମାଜ ଓ ସବୁ ସମୂହର ମହିଳା, ଯୁବପିଢି ଓ ସମସ୍ତ ସମୁଦାୟ, ଚାଷୀ ଓ ଦେଶର ଗରିବଙ୍କ ସଶକ୍ତିକରଣ ଏବଂ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟାପ୍ତ ଯୋଜନା ଓ ଅନ୍ତିମ ପାହାଚରେ ଥିବା ବ୍ୟକ୍ତି ନିକଟରେ ପହଞ୍ଚିବା ପାଇଁ ଅସୁଲର ସହ ଚାଲିଥାଏ, ତାକୁ ଭରପୂର ସମର୍ଥନ ମିଳିଥାଏ ।

Show More

Related Articles

Back to top button