Breaking PLUSଅପରାଧଓଡ଼ିଶାଜୀବନଚର୍ଯ୍ୟାଦୁର୍ଘଟଣାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱାସ୍ଥ୍ୟ

ଡାକ୍ତର ନାଁରେ ଠକେଇ:ଷ୍ଟୋନ୍ ଅପରେସନ୍ ବେଳେ କାଢିଦେଲେ କିଡନୀ

ଲୋକମାନେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରନ୍ତି ।

ନୂଆଦିଲ୍ଳୀ: ଲୋକମାନେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରନ୍ତି । ତେବେ  ଡାକ୍ତରମାନେ ଏମିତି କିଛି କାମ କରନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।  ଷ୍ଟୋନର ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତର କିଡନୀ କାଢି ଦେଇଛନ୍ତି । ଏମିତିକି ୧୦ ବର୍ଷ ପର୍ଯ୍ୟନ୍ତ ଏହି ଘଟଣା ଜଣାପଡିନଥିଲା । ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଆଉ ତା’ପରେ ଜଣା ପଡିଥିଲା କି ତାଙ୍କର ଗୋଟିଏ କିଡନୀ ନାହିଁ ବୋଲି । ଏହି ଘଟଣା ଜଣା ପଡିବା ପରେ ଯୁବକ ଜଣଙ୍କ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସରେ ଅଭିଯୋଗ ପରେ ଡାକ୍ତରଙ୍କ ନକଲି ଡିଗ୍ରୀ ବୋଲି ଜଣାପଡିଥିଲା । ଛତିଶଗଡର କୋରବା ଅନ୍ତର୍ଗତ ରଜଗମାର ରୋଡରେ ସୃଷ୍ଟି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲରେ ସନ୍ତୋଷ ଗୁପ୍ତା ନାମକ ଜଣେ ଯୁବକ ନିଜର ଷ୍ଟୋନର ଅପରେସନ କରିଥିଲେ । ତେବେ ଅପରେସନ୍ ସମୟରେ ଡାକ୍ତର ଯୁବକଙ୍କ କିଡନୀ କାଢି ନେଇଥିଲେ । ତେବେ ଏହି ଘଟଣାରେ ମାମଲା ରୁଜୁ ହେବା ପରେ ନକଲି ଡାକ୍ତର ଜଣଙ୍କ ଫେରାର ହୋଇଯାଇଛନ୍ତି । ଓ ତାଙ୍କର କିଛି ଖବର ଏବେ ପର୍ଯ୍ୟନ୍ତ ମିଳିନାହିଁ । ଏଭଳି ନକଲି ଡାକ୍ତରଙ୍କୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ୍ ।

Show More

Related Articles

Back to top button