ଓଡ଼ିଶାଦେଶରାଜନୀତିସ୍ୱତନ୍ତ୍ର

ଦ୍ଵିତୀୟ ପର୍ଯ୍ୟାୟରେ ୬୦.୪୪ ପ୍ରତିଶତରୁ ଅଧିକ ମତଦାନ : ଉତ୍ତର ପ୍ରଦେଶ

୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି

ଉତ୍ତର ପ୍ରଦେଶ : ୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି। ଆଜି ୯ଟି ଜିଲ୍ଲାର ୫୫ ବିଧାନସଭା ଆସନ ପାଇଁ ମତଦାନ କରିଛନ୍ତି ଭୋଟର। ୯ ଜିଲ୍ଲାରେ ରହିଛି ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଲ, ରାମପୁର, ଅମରୋହା, ବଦାୟୁଁ, ବରେଲି ଏବଂ ଶାହଜାହାଁପୁର। ଦ୍ଵିତୀୟ ପର୍ଯ୍ୟାୟରେ ୬୦.୪୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ମୋଟ ୯ଟି ଜିଲ୍ଲାର ୫୮୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର ।

୨.୨ କୋଟି ମତଦାତା ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଏଥିରେ ୧.୦୮ କୋଟି ପୁରୁଷ ଓ ୯୪ ଲକ୍ଷ ମହିଳା । ୧୨୬୯ ଜଣ କିନ୍ନର ମତଦାତା ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରୁ ୬୯ ଜଣ ହେଉଛନ୍ତି ମହିଳା । ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରୁ ୮ଟରେ ସଂଖ୍ୟାଲଘୁଙ୍କ ଆବାଦୀ ୨୩ରୁ ୫୦ ପ୍ରତିଶତ ଯାଏଁ । ପୂର୍ବପରି ଏଥର ମଧ୍ୟ ଭୋଟ ଗ୍ରହଣର ସମୟ ଅବଧି ସମାନ ରହିଥିଲା ।

ଉତ୍ତର ପ୍ରଦେଶରେ ଗତ ୧୦ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ପଶ୍ଚିମ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାର ୫୮ଟି ଆସନରେ ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା । ଏବେ ସମସ୍ତଙ୍କ ନଜର ୩ୟ ପର୍ଯ୍ୟାୟ ମତଦାନ ଉପରେ ରହିବ ।

Show More

Related Articles

Back to top button