ଜୀବନଚର୍ଯ୍ୟାବାଣିଜ୍ୟସ୍ୱାସ୍ଥ୍ୟ

ଶସ୍ତା ହେଲା କାଜୁ, କିସମିସ ଓ ବାଦାମ, ଆସନ୍ତୁ ଜାଣିବା କଣ ରହିଛି ଦର

ଦଶହରା, ଦୀପାବଳି ଆସିବା ମାତ୍ରେ କାଜୁ, ବାଦାମ ଓ କିସମିସ ମହଙ୍ଗା ହୋଇଥାଏ। ମାତ୍ର ଏଥା ପାର୍ବଣ ଋତୁରେ ଡ୍ରାଏ ଫ୍ରୁଟ୍ସ ଶସ୍ତା ହୋଇଯାଇଛି

କରୋନା ଭାଇରସ ଯୋଗୁ ଏସବୁର ଚାହିଦା କମିଛି। ସାଧାରଣତଃ ପାର୍ବଣରେ ଏ ସବୁର ଚାହିଦା ଅଧିକ ଥିବା ବେଳେ ନବରାତ୍ରି, ଦଶହରାରେ ଗ୍ରାହକ ଏସବୁ ଦୋକାନ ଠାରୁ ଦୂରରେ ରହିଛନ୍ତି।ଏ ବର୍ଷ ଜାନୁଆରୀ ଓ ଅକ୍ଟୋବର ମଧ୍ୟରେ ଡ୍ରାଏ ଫ୍ରୁଟ୍ସ ମୂଲ୍ୟ କ୍ରମାଗତ ହ୍ରାସ ପାଇଛି। ଜାନୁଆରିରେ କାଜୁ କିଲୋ ପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଥିଲା ମାତ୍ର ଅକ୍ଟୋବରରେ ଏହାର ମୂଲ୍ୟ ହ୍ରାସ ପାଇଁ ୬୫୦ ଟଙ୍କା ପାଖାପାଖି ପହଞ୍ଚିଲା। ସେହିପରି କିସମିସ ଦାମ କିଲୋ ପ୍ରତି ୨୪୦ରୁ କମ୍ ହୋଇ ୨୨୦ରେ ପହଞ୍ଚିଛି।

ଖଜୁରି ୩୦୦ ଟଙ୍କା ପ୍ରତି କିଲୋ ଜାନୁଆରିରେ ବିକ୍ରି ହେଉଥିଲା ଅକ୍ଟୋବରରେ ୨୮୦ ଟଙ୍କାରେ ପହଞ୍ଚିଛି।ଅନ୍ୟପଟେ ଅଖରୋଟ ୮୫୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉ ଥିବା ବେଳେ ଅକ୍ଟୋବରରେ ଏହା କିଲୋ ପ୍ରତି ୬୦୦ ଟଙ୍କାକୁ ଖସିଛି। ବାଦାମ ମଧ୍ୟ ଜାନୁଆରିରେ ୬୫୦ ଟଙ୍କା ବିକ୍ରି ହେଉ ଥିଲା ଓ ଅକ୍ଟୋବରରେ ୫୯୦ ଟଙ୍କାରେ ପହଞ୍ଚିଛି। କୁହାଯାଉଛି ଆଗାମୀ ସମୟରେ ଏ ସବୁର ଦାମ ଆହୁରି କମିଯାଇପାରେ।

Show More

Related Articles

Back to top button