ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ଜୁଆଣି ଚାହା ପିଇବାର ଉପକାରିତା

ଯଦି ଆପଣ ଚାହା ପିଇବାର ସଉକ ରଖୁଛନ୍ତି ତେବେ ଜାଣି ରଖିବା ଉଚିତ ଦିନକୁ ଅଧିକ ଥର ଚାହା ପିଇବା ଦେହ ପାଇଁ କ୍ଷତି କାରକ ହୋଇଥାଏ l କିନ୍ତୁ ଆପଣଙ୍କ ପାଇଁ ଜୁଆଣି ଚାହା ପିବ ଅତ୍ୟନ୍ତ ଲାଭ ଦାୟକ ଅଟେ l ଜୁଆଣି ପୌଷ୍ଟିକ ଗୁଣରେ ଭରପୁର ହୋଇଥିବା କାରଣରୁ ଏହା ଶରୀର ପାଇଁ ଔଷଧୀୟ ଗୁଣର ଗନ୍ତାଘର ଅଟେ

ଅଧିକାଂଶ ରୋଗର ଉପଚାରରେ ମଧ୍ୟ ଜୁଆଣିର ବ୍ୟବହାର କରାଯାଇଥାଏ l ଯୁଆଣୀରେ ମିନେରାଲସ ,ଆଇରନ ସହିତ ଭିଟାମିନ-ଏ ,ଭିଟାମିନ-ସି ,କ୍ୟାଲସିୟମ ଓ ଓ଼ମେଗା-ଥ୍ରୀ ଇତ୍ୟାଦି ପୌଷ୍ଟିକ ତତ୍ୱ ମିଳିଥାଏ ,ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ l ଆସନ୍ତୁ ଜାଣିବା ଜୁଆଣି ଚାହାର ଶରୀର ପାଇଁ କଣ ଲାଭ ରହିଛି l

* ଆସ୍ଥମା ରୋଗୀ ମାନଙ୍କ ପାଇଁ ହିତକର –

କଟୁ ବାସନା ଯୁକ୍ତ ଜୁଆଣି ଚାହା ବାସ୍ନାକୁ ନିଶ୍ୱାସରେ ନେବା ମାତ୍ରେ ନକର ରାସ୍ତା ଖୋଲି ଯାଇଥାଏ l ଏହା ଦ୍ୱାରା ଆମର ନାକ ରାସ୍ତା ସଫା ହେବ ସହିତ ଆରାମ ମଧ୍ୟ ଲାଗିଥାଏ l ମାନେ ରଖନ୍ତୁ ଜୁଆଣି ଚାହାରେ ମହୁ ମିଶାଇ ପିଇବେ ,କାରଣ ଏହା ଶ୍ୱାସ ରୋଗ ପାଇଁ ଆରାମ ଦାୟକ ଅଟେ l ଶ୍ୱାସ ରୋଗୀ ମାନଙ୍କର ଦମା ବାହାରିବା ସମୟରେ ଜୁଆଣି ଚାହା ପିଇଲେ ଲାଭ ଦେବ l

* ଓଜନକୁ ନିୟନ୍ତ୍ରଣ କରେ –

ଜୁଆଣି ଚାହା ଫାଇବରର ଗୋଟିଏ ବହୁତ ବଡ ସ୍ରୋତ ଅଟେ l ଫାଇବର ଶରୀରରେ ଫ୍ୟାଟର ମାତ୍ରlକୁ ନିୟନ୍ତ୍ରିତ କରିଥାଏ l ନିୟମିତ ଏହାକୁ ସେବନ କରିବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ l

* ଥଣ୍ଡା ଓ କଫରୁ ଆରାମ ମିଳେ –

ଗରମ ପାଣି ସହିତ ଜୁଆଣି ସେବନ କଲେ ଥଣ୍ଡା ଓ କଫ ଭଳି ସମସ୍ୟାରୁ ଆରମ୍ଭ ମିଳିଥାଏ ,କିନ୍ତୁ କିଛି ଲୋକ ଜୁଆଣିର ସ୍ୱାଦକୁ ସହି ନପାରି ସିଧା ସଳଖ ସବେନ କରି ପାରନ୍ତି ନାହିଁ l ଏହିପରି ସମୟରେ ଜୁଆଣି ଚାହା ପିଇବା ହିତକର l

* ଆର୍ଥରାଇଟିସ ପାଇଁ ଲାଭକାରୀ –

ଶରୀରର ଫୁଲାକୁ କମ କରିବା ପାଇଁ ଓ଼ମେଗା-ଥ୍ରୀ ଫ୍ୟାଟିଏସିଡ ବହୁତ କାମରେ ଆସିଥାଏ l ଜୁଆଣି ଚାହାରେ ଏହି ଓମେଗ ଏସିଡ ଅଧିକ ମାତ୍ରାରେ ମିଳିଥାଏ l ସେଥିପାଇଁ ଜୁଆଣି ଚାହା ଆର୍ଥରାଇଟିସଓ ହୃତ୍ପିଣ୍ଡ ପାଇଁ ହିତକର l

* ପାଚନ ତନ୍ତ୍ର ସୁସ୍ଥ ହୋଇଥାଏ –

ପାଚନ ତନ୍ତ୍ରକୁ ସୁଚାରୁ ଭାବରେ ଚଳାଇବା ପାଇଁ ଜୁଆଣି ଚାହା ଗୋଟିଏ ଭଲ ଉପାୟ l ଏଥିରେ ମିଳୁଥିବା ତେଲ ପାଚନ ପ୍ରଣାଳୀକୁ ସୁସ୍ଥ ରଖିଥାଏ l ସକାଳୁ ଏକ କପ ଜୁଆଣି ଚାହା ପିଇବା ଦ୍ୱାରା ଗ୍ୟାସ ଏସିଡ଼ିଟି ଭଳି ସମସ୍ୟା ଦୂର ହୋଇଥାଏ l

Show More

Related Articles

Back to top button